17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସର୍ବିୟା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱିପାକ୍ଷିକ ଆଲୋଚନା

ସର୍ବିୟା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱିପାକ୍ଷିକ ଆଲୋଚନା

ବେଲ୍‌ଗ୍ରେଡ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବିୟା ଗସ୍ତର ଦ୍ୱିତୀୟ ଦିନରେ ରାଜଧାନୀ ବେଲ୍‌ଗ୍ରେଡ୍‌ରେ ସର୍ବିୟା ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଭୁକିକ୍‌, ପ୍ରଧାନମନ୍ତ୍ରୀ ଆନ୍ ବ୍ରାନ୍‌ବିକ୍ ଏବଂ ଜାତୀୟ ଆସେମ୍ବ୍ଲିର ବାଚସ୍ପତି ଭ୍ଲାଦିମିନର୍ ଅର୍‌ଲିକ୍‌ଙ୍କୁ ଭେଟିବା ସହିତ ସେମାନଙ୍କ ସହିତ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଛନ୍ତି । ସିର୍ବୟା ପ୍ୟାଲେସ୍‌ରେ ରାଷ୍ଟ୍ରପତି ଭୁକିକ୍ ଶ୍ରୀମତୀ ମୁର୍ମୁଙ୍କ ସ୍ୱାଗତ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ଶ୍ରୀମତୀ ମୁର୍ମୁ ଏହି ସ୍ୱାଗତ ସମାରୋହ ପାଇଁ ରାଷ୍ଟ୍ରପତି ଭୁକିକ୍ ଏବଂ ସର୍ବିୟା ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରତିନିଧିସ୍ତରୀୟ ଆଲୋଚନା ବେଳେ ରାଷ୍ଟ୍ରପତି ମୁର୍ମ କହିଛନ୍ତି, ଭାରତ ଏବଂ ସର୍ବିୟା ମଧ୍ୟରେ ପରିକ୍ଷୀତ ଏବଂ ବିଶ୍ୱାସ ଆଧାରିତ ସମ୍ପର୍କ ରହିଆସିଛି । ସେହିପରି ଗୋଷ୍ଠୀ ନିରକ୍ଷେପ ଆନ୍ଦୋଳନର ସହ-ସଂସ୍ଥାପକ ଭାବେ ଦୁଇଦେଶ ମଧ୍ୟରେ ଐତିହାସିକ ସହଯୋଗ ରହିଛି ।

ଏହି ଅବସରରେ ଶ୍ରୀମତୀ ମୁର୍ମୁ ସର୍ବିୟା ଗଣରାଜ୍ୟର ସ୍ଥିରତା, ସମୃଦ୍ଧି ଏବଂ ସାର୍ବଭୌମତ୍ୱର ସମର୍ଥନ ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ । ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ବନ୍ଧ ଉନ୍ନତ ରହିଛି । ଆଇଟି, ଭିତ୍ତିଭୂମିକ, କୃଷି, ବିଜ୍ଞାନ ଓ ଟେକ୍ନୋଲୋଜି, ଶିକ୍ଷା, ପର୍ଯ୍ୟଟନ ପରି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥର ସୁଯୋଗ ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ ଜୋର୍ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking