ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ପୁଲିସ ଠୁ ପ୍ରସାଶନ ସୁରକ୍ଷା ବ୍ୟବସ୍ଥା ସହ ଗସ୍ତକୁ ନେଇ ଟିକିନିଖି ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ଏୟାରପୋର୍ଟଠୁ ରେଳ ଷ୍ଟେସନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜିଠୁ ୫ ତାରିଖ ଯାଏଁ ୩ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିବେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ । ଆଜି ମଧ୍ୟାହ୍ନ ୨ଟା ୨୦ ମିନିଟ୍ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବେ। ସେଠାରୁ କଟକ ମୁଣ୍ଡଳୀରେ ଥିବା ଜଗଦଗୁରୁ କ୍ରୁପାଳୁ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକ ଭବନକୁ ଫେରିବେ । ଆଜି ଲୋକଭବନରେ ରାତି କାଟିବା ପରେ ଆସନ୍ତାକାଲି ବ୍ରହ୍ମୁପର ଗସ୍ତରେ ବାହାରିବେ ।









