27.2 C
Bhubaneswar
Sunday, August 2, 2026
Homeଓଡିଶାପିପିଲି କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କୁ ଆକ୍ରମଣ ପ୍ରସଙ୍ଗ :ସଞ୍ଜୟ ଦାସବର୍ମାଙ୍କ ତୀବ୍ର ପ୍ରତିକ୍ରିୟା

ପିପିଲି କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କୁ ଆକ୍ରମଣ ପ୍ରସଙ୍ଗ :ସଞ୍ଜୟ ଦାସବର୍ମାଙ୍କ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର:  ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପିପିଲି ଶାଖା ପରିଚାଳକଙ୍କୁ ଆକ୍ରମଣକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଏନେଇ ବିଜେଡି ବରିଷ୍ଠ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପିପିଲି ଶାଖା ପରିଚାଳକ ଶ୍ରୀ ବିକାଶ ରଞ୍ଜନ ପରିଡ଼ାଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ପିପିଲି ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ ଗତ ୩୧ ତାରିଖରେ ଆକ୍ରମଣ କରିଛନ୍ତି। ବିଜେପି ନେତା ମାନେ ଆକ୍ରୋଶ ମୂଳକ ଭାବେ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା ଅତି ନିନ୍ଦନୀୟ ଅଟେ। ସେ ଏହାକୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ଆଉ ଏକ ଉଦାହରଣ ଅଟେ ବୋଲି କହିଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ସରକାରୀ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଏପରି ଆକ୍ରମଣ କରିବା ଗୁରୁତର ବିଷୟ ଅଟେ। ଉକ୍ତ ଘଟଣା ପରେ ସ୍ଥାନୀୟ ପିପିଲି ଥାନା ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ଏହାକୁ ଗୁରୁତର ଭାବେ ଗ୍ରହଣ କରିବା ପରିବର୍ତ୍ତେ ରାଜନୈତିକ ବ୍ୟକ୍ତିଙ୍କ ହାତବାରିସି ସାଜି ଘଟଣାକୁ ଚାପି ଦେଉଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ଏହାର ଆପୋସ ବୁଝାମଣା କରାଇବା ଦିଗରେ ଉଦ୍ୟମ କରିଛନ୍ତି। ଉକ୍ତ ଘଟଣା ଦିନ ଥାନା ଅଧିକାରୀ ସେଠାରେ ପହଞ୍ଚି ପ୍ରଥମେ ଆକ୍ରମଣକାରୀଙ୍କୁ କିପରି ଖସାଇବେ ସେ ଦିଗରେ ପ୍ରଚେଷ୍ଟା କରିଥିଲେ। ଏହାପରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଥାନାକୁ ଡକାଇ ଆପୋସ ବୁଝାମଣା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଯାହାକି ପିପିଲି ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ପୋଲିସ ଜନତାଙ୍କୁ ନ୍ୟାୟ ଦେବା ବଦଳରେ ଭରସା ହରାଇବାରେ ଲାଗିଛି। ଉକ୍ତ ଘଟଣା ନେଇ ବ୍ୟାଙ୍କ ପକ୍ଷରୁ ଗତ ୧ ତାରିଖରେ ପୁରୀ ଏସପିଙ୍କୁ ଅଭିଯୋଗ ଜଣାଇଥିଲେ। କିନ୍ତୁ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ନାହିଁ। ବ୍ୟାଙ୍କ କର୍ମଚାରୀ ମାନଙ୍କୁ ମାମଲା ପ୍ରତ୍ୟାହାର ଲାଗି ବିଭିନ୍ନ ଆଡୁ ଧମକ ଚମକ ଦେଉଛନ୍ତି ବୋଲି ଶ୍ରୀ ଦାସବର୍ମା ଅଭିଯୋଗ କରିଛନ୍ତି। ଏହା ସାଧାରଣ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିଛି। ଦାବି କରିଛନ୍ତି ଯେ, ତୁରନ୍ତ ସରକାର, ପୁଲିସ ପ୍ରଶାସନ ଏବଂ ପୁଲିସ ମହା ନିର୍ଦ୍ଦେଶକ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ। ନଚେତ ଆଗକୁ ପରିସ୍ଥିତିର ଜଟିଳ ହେବ। ଏଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ। ଏଥିସହିତ ପୁରୀ ଆରକ୍ଷୀ ଅଧିକାରୀଙ୍କୁ କର୍ମଚାରୀ ସଂଘ ପକ୍ଷରୁ ପ୍ରେରଣ କରାଯାଇଥିବା ଅଭିଯୋଗ କପି ଓ ଘଟଣା ସମୟର ଭିଡିଓ ଜାରି କରାଯାଇଛି। ଏହା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନରେ ବିଳମ୍ୱ ଘଟିବା ବ୍ୟାଙ୍କ କର୍ମଚାରୀ ସଂଘର ମନୋବଳ ଭାଙ୍ଗିଯାଇଛି ବୋଲି ସେ କହିଛନ୍ତି। ବିଜେପି ସରକାର ଅପରାଧକୁ ପ୍ରସୟ ନଦେଇ ତୁରନ୍ତ ଦୋଷୀଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking