ନୂଆଦିଲ୍ଲୀ: ବିଶ୍ୱ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ସଶକ୍ତି କରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଦେଶର ୧୫ ଜଣ ମହିଳାଙ୍କୁ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ସେମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ବିହାର, ଭୋଜପୁରର ଅନୀତା ଗୁପ୍ତା, ଉତ୍ତରପ୍ରଦେଶ ଖେରୀର ଆରତୀ ରାଣା, ତ୍ରିପୁରା (ପଶ୍ଚିମ ତ୍ରିପୁରା)ର ଡ. ଇଲା ଲୋଧ, ତାମିଲନାଡ଼ୁ ନୀଲଗିରିଶରୁ ଜୟା ମୁଥୁ ଏବଂ ତୋଜାମ୍ମା, ମଧ୍ୟପ୍ରଦେଶ ଉମରିଆର ଯେଦ୍ଧାୟା ବାଇ ବାଇଗା, ପଞ୍ଜାବ ସାସ୍ ନଗରର ମୀରା ଠାକୁର, ଜାମ୍ମୁ କାଶ୍ମୀର କୁଲଗାମୁର ନସିର୍ ଅଖ୍ତର୍, କର୍ଣ୍ଣାଟକ ବେଙ୍ଗାଲୁରୁର ନିବୃତି ରାୟ, ଲଦାଖ ଲେହର ପଦ୍ମା ୟାଙ୍ଗ୍ଚନ୍, ଜାମ୍ମୁ-କାଶ୍ମୀରର ସନ୍ଧ୍ୟା ଧର, ମହାରାଷ୍ଟ୍ର ପୁନେର ଶୈଳୀ ନନ୍ଦକିଶୋର ଅଗୱାଣେ, କେରଳ ଥିରୁଅନନ୍ତପୁରମ୍ର ଟିଫାନୀ ବ୍ରାର୍, ଗୁଜରାଟ ନର୍ମଦାର ଉଷାବେନ ଦିନେଶଭାଇ ବାସଭ ଓ ମହାରାଷ୍ଟ୍ର ବୁଲଧାନାର ବନିତା ଜଗଦ୍ଦେଓ ବୋରାଡ଼େ ।