27.1 C
Bhubaneswar
Friday, June 28, 2024
Homeଅପରାଧଡାକ୍ତର ଓ ନର୍ସ ଅବହେଳା ଯୋଗୁ ଚାଲିଗଲା ଅମୁଲ୍ୟ ଜୀବନ

ଡାକ୍ତର ଓ ନର୍ସ ଅବହେଳା ଯୋଗୁ ଚାଲିଗଲା ଅମୁଲ୍ୟ ଜୀବନ

ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡା ଥାନା ବିରିଡି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରେ ଡାକ୍ତର ଓ ନର୍ସ ଅବହେଳା କରିବାରୁ ଚାଲିଗଲା ଅମୁଲ୍ୟ ଜୀବନ। ଏନେଇ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ମଞ୍ଜୁଲତା ଘଡେଇଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ପରିବାର ଲୋକେ ରବିବାର ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଇଥିଲେ । ସେଠାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ପ୍ରଥମେ ତାଙ୍କୁ ଓଟିରେ ଭର୍ତ୍ତି କରାଯାଇଥିଲା । ବାରମ୍ବାର ଗୁହାରି କରିବା ସତ୍ୱେ ମଧ୍ୟ ଡାକ୍ତର ଓ ନର୍ସ ନଶୁଣି ଅବହେଳା କରିଥିଲେ । ଯାହାଫଳରେ ଏକ ନିରୀହ ଜୀବନ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ପରିବାର ଲୋକେ ଡାକ୍ତର ଓ ନର୍ସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଯାହାଫଳରେ ହସ୍ପିଟାଲ ପରିସରରେ ଉତେଜନା ଦେଖିବାକୁ ମିଳିଥିଲା । ମେଡିକାଲରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୁପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking