31.1 C
Bhubaneswar
Thursday, May 30, 2024
Homeଓଡିଶାରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା, ହାଲକା ବର୍ଷାରେ ଭିଜିଲା ୪ ଜିଲ୍ଲା, କାଲିଠୁ ବର୍ଷା ବଢିବା...

ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା, ହାଲକା ବର୍ଷାରେ ଭିଜିଲା ୪ ଜିଲ୍ଲା, କାଲିଠୁ ବର୍ଷା ବଢିବା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଦକ୍ଷିଣ ଓଡିଶାର ନୂଆପଡା, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ ଆଦି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଅନେକ ସ୍ଥାନରେ ଆକାଶ ପ୍ରାୟ ମେଘୁଆ ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତେବେ ଜୁନ ୨୧ ରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ବଢିବ ଏବଂ ୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ପୁରୀ ସହରରେ ଦକ୍ଷିଣ- ପଶ୍ଚିମ ଦିଗରୁ ପବନ ଘଣ୍ଟା ପ୍ରତି ୧୫ରୁ ୧୭ କିମି ବେଗ ସହ ତାପାମାତ୍ରା ୩୪ ଡିଗ୍ରୀ ଏବଂ ଆର୍ଦ୍ରତା ୭୨ ଡିଗ୍ରୀ ରେକର୍ଡ ହୋଇଛି । ଆଜି ଦିନ ୨ଟା ୩୦ ସୁଦ୍ଧା ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୩୩.୪ ଡିଗ୍ରୀ ଥିବାରୁ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking