29.1 C
Bhubaneswar
Saturday, May 4, 2024
Homeଓଡିଶାପ୍ରତିଶ୍ରୁତି ରକ୍ଷାକଲେ ପ୍ରତାପ ଷଡ଼ଙ୍ଗୀ 

ପ୍ରତିଶ୍ରୁତି ରକ୍ଷାକଲେ ପ୍ରତାପ ଷଡ଼ଙ୍ଗୀ 

ନୀଳଗିରି,: ବାଲେଶ୍ଵର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଆଁ ଗ୍ରାମର ବିଜୁ ମହାରଣା ଏକ ଦୁର୍ଘଟଣାରେ ଦୁଇଟି ଯାକ ହାତଗୋଡ ହରାଇ ଶାରୀରିକ ଅକ୍ଷମ ହୋଇଥିବା ବେଳେ ଅସହାୟ ହୋଇପଡିଥିଲେ।ପରିବାର ରେ ରୋଜଗାରକ୍ଷମ ହୋଇଥିବାରୁ କଣ କରିବେ କିଛି ଭାବି ପାରୁନଥିଲେ।ଆଜକୁ ପ୍ରାୟ ମାସକ ଆଗରୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଘରକୁ ଯାଇ ବିଜୁଙ୍କୁ ଭେଟି ଚିକିତ୍ସା ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଭବିଷ୍ୟତରେ କିପରି ରୋଜଗାର କ୍ଷମ ହୋଇପାରିବେ ଜତକିଞ୍ଚିତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶାରୀରିକ ଅକ୍ଷମ ହେଲେହେଁ ଭିକ୍ଷା ବୃତ୍ତିକାରେ ଅନ୍ନରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହିତ ବଞ୍ଚିବା ପାଇଁ ତାଙ୍କୁ ଆହ୍ୱାନ ଦେଇଥିଲେ। ସହାୟତା ସ୍ବରୂପ ଏକ ଜେରକ୍ସ ମେସିନ ଦେବାପାଇଁ ସେସମୟରେ ବିଜୁ ପ୍ରତାପ ଙ୍କୁ କହିଥିଲେ। ପ୍ରତିଶୃତି ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବିରୁଆଁ ଗାଆଁକୁ ଯାଇ ଏକ ଜେରକ୍ସ ମେସିନ ବିଜୁ ମହାରଣାଙ୍କୁ ପ୍ରଦାନ କରିଛନ୍ତି।ଏଥିପାଇଁ ବିଜୁ ଓ ତାଙ୍କ ପରିବାର ଙ୍କ ଆନନ୍ଦ ଅଶ୍ରୁ କହିଲେ ନସରେ।ଏଭଳି ବଦାନ୍ୟତା ପାଇଁ ଶ୍ରୀ ଷଡ଼ଙ୍ଗୀ ଙ୍କୁ ତାଙ୍କ ପରିବାର କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking