32.1 C
Bhubaneswar
Saturday, May 2, 2026
Homeଓଡିଶାଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପ୍ରତାପ ଷଡଙ୍ଗୀ

ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପ୍ରତାପ ଷଡଙ୍ଗୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପହଞ୍ଚିଲେ ସାଂସଦ ପ୍ରତାପ ଷଡଙ୍ଗୀ। ପ୍ରତାପଙ୍କ ସହ ଅଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳ। ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବେ। ସୂଚନାଯୋଗ୍ୟ, ଗତକାଲି ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଭେଟି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ  ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ। ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ପଶ୍ଚିମବଙ୍ଗ ଆଉ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ମହିଳାମାନଙ୍କ ପାଇଁ ପଶ୍ଚିମବଙ୍ଗକୁ ସୁରକ୍ଷିତ କରିବା ପାଇଁ ଦ୍ୱିତୀୟ ପୁନର୍ଜାଗରଣ ଆବଶ୍ୟକ। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking