ଖୋର୍ଦ୍ଧା : ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ୍ ଭଙ୍ଗାରୁଜା ମାମଲା । ପ୍ରଶାନ୍ତ ଜଗଦେ୍ଦବଙ୍କ ଜାମିନ ଆବେଦନ ଖାରଜ । ଖାରଜ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପ୍ରଶାନ୍ତ । ସୂଚନା ଯୋଗ୍ୟ ଯେ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତାଙ୍କର ଜାମିନ ଆବେଦନ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ୟ୍ୟଙ୍କ ସମେତ ଖୋର୍ଦ୍ଧା ବାରର ୪୦ରୁ ଉର୍ଦ୍ଧ ଆଇନଜୀବୀ ପ୍ରଶାନ୍ତଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ । ମାନ୍ୟବର କୋର୍ଟ ପ୍ରଶାନ୍ତଙ୍କ ଓକିଲଙ୍କ ସହ ସରକାରୀ ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ତେବେ କୋର୍ଟ ବାହାରେ ଆଇନଜୀବୀ ତଥା ଭାଜପା ମୁଖପାତ୍ର ପିତାମ୍ବର ଆଚାର୍ୟ୍ୟ ପ୍ରଶାନ୍ତଙ୍କ ଗିରଫଦାରୀ ଘଟଣାକୁ ଚକ୍ରାନ୍ତ କହିବା ସହ ଏଥିପାଇଁ ମୁଖ୍ୟ ଚକ୍ରାନ୍ତ କାରି ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଡିଏସ କୁଟେ ଏବଂ ଆଶିଷ ସିଂଙ୍କ ବିରୋଧରେ ଇସିଆଇ କାର୍ୟ୍ୟାନୁଷ୍ଠାନ ନେଇଥିବା କହିଥିଲେ ।