29.1 C
Bhubaneswar
Wednesday, May 1, 2024
Homeଓଡିଶାପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

ଚିଲିକା : ଚିଲିକା ବିଧାୟକ ପ୍ରଶାନ ଜଗଦ୍ଦେବ ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ଆଇନଜୀବୀ ମାନଓ ଚାନ୍ଦ ଙ୍କ ସୂଚନା । ବ ର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ । ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ । ଲୋକଙ୍କ ଉପରେ ଗାଡି ମଡାଇବା ନେଇ ଗିରଫ ହୋଇଥିଲେ ଚିଲିକା ବିଧାୟକ ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାରଣପୁର ବ୍ଲକ କାର‌୍ୟ୍ୟାଳୟ ନିକଟରେ ପ୍ରଶାନ୍ତ କିଛି ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ବିଜେପି କର୍ମୀଙ୍କର ଏକ ଶୋଭାଯାତ୍ରା ଚାଲିଥିବା ବେଳେ ବିଧାୟକ ତାଙ୍କ ଗାଡ଼ିକୁ ଭିଡ଼ ଭିତରକୁ ପୂରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସହ ମୋଟ ୨୫ ଜଣ ଲୋକ ଆହତ ହୋଇଥିଲେ । ବିଧାୟକଙ୍କ ଏହି କାର‌୍ୟ୍ୟକୁ ନେଇ ସେ ସମୟରେ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ବାହାରିବା ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ପରେ ଏପ୍ରିଲ ୨୨ ତାରିଖରେ ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ମିଳିଥିଲା । ଜାମିନ୍ ଅବଧି ସମାପ୍ତ ହେବା ପରେ ଆତ୍ମସମର୍ପଣ କରିବାକୁ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking