ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସରକାରଙ୍କ ଛତ୍ରଛାୟାରେ ପ୍ରତିଦିନ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟୁଛି, ଠିକ୍ ସେହିପରି ଓଡ଼ିଶାରେ ଘଟୁଥିବା ରାଜନୈତିକ ହିଂସା, ନୟାଗଡ଼ର ଯୁବକ ମାନସର ରହସ୍ୟଜନକ ହତ୍ୟା, ହିଞ୍ଜିଳି ରାଜରାସ୍ତାରେ ନିର୍ମମ ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି, ଯାହା ଉଦବେଗର ବିଷୟ ।
ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କିଛି ଦିନ ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଥିଲା । ଏହି ଛାତିଥରା ଦୃଶ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଇଥିଲା ।
ବିଧାୟକ ନିଜେ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ଗାଡ଼ି ନମ୍ବର ରାଜ୍ୟର ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହୋଇଥିଲା । ପୋଲିସ ପ୍ରଶାସନ ନିଜ ଆଡ଼ୁ ଏଫଆଇଆର୍ ରୁଜୁ କରିଥିଲେ । ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ଥିବା ସେହି ଗାଡ଼ି ନମ୍ବର ବଦଳରେ ଭିନ୍ନ ଏକ ଗାଡ଼ିର ନମ୍ବର ଏହି ଏଫଆଇଆରରେ ଉଲ୍ଲେଖ ରହିଛି ।
ପୋଲିସର ଏହି କାର୍ଯ୍ୟ ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଏକ ସୁସ୍ଥ ସମାଜରେ ଅଶୋଭନୀୟ । ଓଡ଼ିଶାର ପୋଲିସ ଏବଂ ପ୍ରଶାସନ ଏଭଳି ଜଣେ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇ ଖସାଇବା ପାଇଁ ଅପଚେଷ୍ଟା କରିବା ତଥା ଓଡ଼ିଶା ଭଳି ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ସୁରକ୍ଷା ଦେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ।
ଦେଖନ୍ତୁ ଧର୍ମେନ୍ଦ୍ର ଟ୍ୱିଟ୍ର କ’ଣ ଜବାବ ଦେଇଛନ୍ତି ପ୍ରଣବ….
ଦେଶର ସ୍ବାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଯୁବ ସମାଜର ଆଦର୍ଶ ତଥା କ୍ରାନ୍ତିବୀର ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶହୀଦ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସ୍ବାଧୀନତା ସଂଗ୍ରାମ ଜରିଆରେ ଦେଶର ଅଖଣ୍ଡତା ଓ ଏକତା ବଜାୟ ରଖିବା ପାଇଁ ଏହି ଅମର ବୀରଙ୍କ ତ୍ୟାଗ, ଅଗାଢ଼ ଦେଶ ପ୍ରେମ ଓ ବଳିଦାନ ଚିରସ୍ମରଣୀୟ।
ଭାଇ, ଆପଣଙ୍କୁ ବୋଧେ ଓଡିଶା ବିଜେପିର ନେତାମାନେ ଅବଗତ କରିନାହାନ୍ତି I ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା, ଯେଉଁଥିପାଇଁ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଜାଲିଆତିର ସଂଗୀନ ଦଫା ପୋଲିସ ରୁଜୁ କରିସାରିଛି I
ୟୁପି ଓ ବିହାର ଭଳି ରାଜ୍ୟମାନଙ୍କରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ I ଏମିତି ଓଡିଶା ଏବଂ ଓଡିଶାବାସୀଙ୍କୁ ନିନ୍ଦିତ କରିବା ଅନୁଚିତ I
ସବୁ ଘଟଣାରେ ଓଡିଶା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କିନ୍ତୁ ବୋଧେ ଆପଣଙ୍କୁ ଓଡିଶା ବିଜେପି ନେତାମାନେ ଉଚିତ ଭାବରେ ଅବଗତ କରୁନାହାନ୍ତି I