33.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନଦ୍ରୌପଦୀ ଭୂମିକାରେ ଅଭିନୟ କରିବେ ପ୍ରକୃତି, ପ୍ରଥମ ପୋଷ୍ଟର ରିଲିଜ୍

ଦ୍ରୌପଦୀ ଭୂମିକାରେ ଅଭିନୟ କରିବେ ପ୍ରକୃତି, ପ୍ରଥମ ପୋଷ୍ଟର ରିଲିଜ୍

ଭୁବନେଶ୍ୱର : ଆଉ ଏକ ମହାଭାରତ ହେବ କି ନାହିଁ ଜଣାନାହିଁ । କିନ୍ତୁ ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ଥିବ ଓଡ଼ିଆ ନାୟିକା ପ୍ରକୃତି ମିଶ୍ର । ଚଳଚ୍ଚିତ୍ରର ଶୀର୍ଷକ ‘ଦ୍ରୌପଦୀ’ ଥିଲାବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ଅଭିନୟ କରୁଛନ୍ତି । ଯାହାର ପ୍ରଥମ ପୋଷ୍ଟର୍‌ ଶୁକ୍ରବାର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି । ତାର୍ନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅନନ୍ୟା ପଟ୍ଟନାୟକ ।

ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସସ୍ମିତା ତିଆଡି ଓ ଆକାଶଦୀପ ସିଂହ । ଏହାର କ୍ୟାମେରା ପରିଚାଳନା କରୁଛନ୍ତି ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର କ୍ୟାମେରାମ୍ୟାନ୍‌ କୁହୁ ମଲ୍ଲ । ବର୍ତ୍ତମାନ ପ୍ରକୃତି ମୁମ୍ବାଇରେ ଏକ ହିନ୍ଦୀ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି । ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ପ୍ରକୃତି ଲେଖିଛନ୍ତି, ‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେଇଚି । ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking