22.1 C
Bhubaneswar
Thursday, December 5, 2024
Homeଅପରାଧଦୁଷ୍କର୍ମ ଅଭିଯୋଗରେ ପୋଷ୍ଟମ୍ୟାନ୍ କୋର୍ଟ ଚାଲାଣ

ଦୁଷ୍କର୍ମ ଅଭିଯୋଗରେ ପୋଷ୍ଟମ୍ୟାନ୍ କୋର୍ଟ ଚାଲାଣ

ବ୍ରହ୍ମପୁର: ବିଧବାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ବଡ଼ ବଜାର ପୁଲିସ ଜଣ ପୋଷ୍ଟମ୍ୟାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଲୋଚାପଡାର ଅଶୋକ କୁମାର ସାହୁ(୫୧) ବୋଲି ପୁଲିସ କହିଛି । ଅଭିଯୁକ୍ତ ଅଶୋକଙ୍କୁ ଆଜି ପୁଲିସ ମାମଲା  କୋର୍ଟ ଚାଲାଣ କରିଛି । ଉଭୟଙ୍କ ପୁଲିସ ଡାକ୍ତରୀ ମଇନା କରିଥିବା ବେଳେ ଏହି ମାମଲାରେ ପୀଡ଼ିତାଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ପୋଷ୍ଟମ୍ୟାନଙ୍କୁ ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଅଶୋକ କୁମାର ସାହୁ ବିବାହିତ ଥିବା ବେଳେ ୨୦୧୬ ମସିହାରେ ଜଣେ ବିଧବାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଅଶୋକ ଉକ୍ତ ବିଧବାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲେ । ପୀଡ଼ିତା ଜଣଙ୍କ ବିବାହ କରିବାକୁ ଅଶୋକଙ୍କୁ କହିଥିବା ବେଳେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଏନେଇ ବାଧ୍ୟ କଲେ ଜୀବନରେ ମାରିଦେବାକୁ ଅଶୋକ ଉକ୍ତ ପୀଡ଼ିତାଙ୍କୁ ଧମକଚମକ ଦେଇଥିଲେ । ଶେଷରେ ଏନେଇ ପୀଡ଼ିତା ଜଣଙ୍କ ଗତ କାଲି ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ  ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଆଜି ପୁଲିସ ଅଭିଯୁକ୍ତ ତଥା ପୋଷ୍ଟମ୍ୟାନ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking