29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଘନକୁହୁଡି ଯୋଗୁ ଦୋକାନରେ ମାଡିଗଲା ହାଇଓ୍ବା, ୬ ମୃତ

ଘନକୁହୁଡି ଯୋଗୁ ଦୋକାନରେ ମାଡିଗଲା ହାଇଓ୍ବା, ୬ ମୃତ

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ରାୟବରେଲୀରେ ଘନ କୁହୁଡି ଯୋଗୁ ଏକ ହାଇଓ୍ବା ଜାତୀୟ ରାଜପଥ କଡରେ ଥିବା ଏକ ଦୋକାନରେ ମାଡିଯିବାରୁ ୬ ଜଣଙ୍କ ପ୍ରାଣହାନୀ ଘଟିଛି । ଗତକାଲି ସକାଳେ ଗୁରୁବାଗଶଗଞ୍ଜ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡିରେ ରାସ୍ତା ଦେଖାଯାଉନଥିବାରୁ ଖାଗିୟା ଖେଡା ଗ୍ରାମ ନିକଟରେ ଜାତୀୟ ରାଜପଥ କଡରେ ଥିବା ଏକ ଚା’ ଦୋକାନ ଉପରେ ଏହି ହାଇଓ୍ବାଟି ମାଡି ଯାଇଥିଲା । ଦୋକାନରେ ୧୦ରୁ ଅଧିକ ଲୋକ ଥିବା ବେଳେ ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । କିଛି ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ହସ୍ପିଟାଲ ନେବା ବାଟରେ ଆଖି ବୁଜିଛନ୍ତି । ଘନ କୁହୁଡି କାରଣରୁ ରାସ୍ତା ଦେଖାଯାଉନଥିଲା ହାଇଓ୍ବା ଡ୍ରାଇଭର ରାସ୍ତା ନଦେଖିପାରି ଦୋକାନ ଭିତରେ ଗାଡି ମଡାଇ ଦେଇଥିଲା ।

ତେବେ ଅନ୍ୟ ୪ଜଣ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତାହତ ଗୋଟିଏ ଗ୍ରାମର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ହସ୍ପିଟାଲ ପଠାଇବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ହଜାର ହଜାର ଗ୍ରାମବାସୀ ରାସ୍ତା ଅବରୋଧ କରି ଅନୁକମ୍ପା ରାଶି ଦାବି କରିଥିଲେ । ଉକ୍ତ ଜାତୀୟ ରାଜପଥରେ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଅନୁକମ୍ପା ରାଶି ଘୋଷଣା ପରେ ଉତ୍ତେଜନା ହ୍ରାସ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking