29.1 C
Bhubaneswar
Saturday, April 27, 2024
Homeଓଡିଶାଭୋକିଲା ପେଟରେ ନାତ : ବିଡିଓଙ୍କ ଦ୍ୱାରସ୍ଥ ହେଲେ ୩ ପରିବାର

ଭୋକିଲା ପେଟରେ ନାତ : ବିଡିଓଙ୍କ ଦ୍ୱାରସ୍ଥ ହେଲେ ୩ ପରିବାର

ଫୁଲବାଣୀ : ଲକ୍ ଡାଉନ୍ ଫଳରେ ସବୁଆଡ଼େ ବନ୍ଦ ରହିଛି କାମଧନ୍ଦା । ଲୋକେ ଯେଉଁମାନେ ଯେନତେନ ପରିବାର ପୋଷଣ କରୁଛନ୍ତି । ଏଭଳି ସ୍ଥଳେ ଗରୀବ ଶ୍ରେଣୀଙ୍କ ପାଇଁ ସରକାର ବିଭିନ୍ନ ସହାୟତା କରୁଥିବା ବେଳେ ମଧ୍ୟବିତ୍ତ ପରିବାର ନାନା ସମସ୍ୟାରେ । ଏଭଳି ସ୍ଥଳେ ତିନି ଗରିବ ପରିବାର ଭୋକିଲା ପେଟରେ ନାତ ମରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଫିରିଙ୍ଗିଆ ବ୍ଳକ କେଲାପଡ଼ା ଅଞ୍ଚଳରେ ବହୁ ସଂଖ୍ୟାରେ ଇଟାଭାଟି ଥିବା ବେଳେ ବୁଧବାର ଫିରିଙ୍ଗିଆ ତହସିଲ୍ ପକ୍ଷରୁ ତିନି ଜଣଙ୍କର ଇଟାଭାଟିକୁ ଜେସିବି ଲଗାଇ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ କେଉଁ କାରଣ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ସେନେଇ ଉକ୍ତ ତିନି ପରିବାର ସଂପୂର୍ଣ୍ଣ ଅଜ୍ଞ ଥିବା ଅଭିଯୋଗ କରି ଆଜି ଲିଖିତ ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଜଣାଇଛନ୍ତି । ଗୋଟିଏ ପଟେ କାମଧନ୍ଦା ନଥିବା ବେଳେ ଗତ ୩ ମାସ ତଳେ ନିଜ ଘର ତିଆରି କରିବା ପାଇଁ ଉକ୍ତ ଇଟା ପୋଡ଼ି ରଖିଥିଲେ । ବିନା କୌଣସି ନୋଟିସରେ ଜେସିବି ଲଗାଇ ଉକ୍ତ ଇଟାଭାଟି ଭଙ୍ଗାଯିବା ପଛରେ କ’ଣ କାରଣ ବୋଲି ମଧ୍ୟ ଏହି ପରିବାର ପ୍ରଶ୍ନ କରିଛନ୍ତି । ନିକଟରେ ଆହୁରି ଅନେକ ଇଟାଭାଟି ଥିଲେ ମଧ୍ୟ କେବଳ ଏହି ତିନୋଟି ଇଟାଭାଟିକୁ କ’ଣ ପାଇଁ ଭଙ୍ଗାଗଲା ତାହାର ତଦନ୍ତ ପାଇଁ ମଧ୍ୟ ଗୁହାରି କରିଛନ୍ତି ଏହି ପରିବାର । ଏହି ପରିବାର ମଧ୍ୟରେ ଜଣେ ବିଧବା ମହିଳା ଥିବା ବେଳେ ଅନ୍ୟଜଣେ ସ୍ଥାନୀୟ ମହିଳା ସଂଘଠାରୁ ୪୦ ହଜାର ଟଙ୍କା ଋଣ ଆଣି ଇଟାଭାଟି କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏହା କରାଯାଇଥିବା ବେଳେ କେଉଁ କାରଣଯୋଗୁଁ ଏଭଳି ପଦକ୍ଷେପ ନିଆଗଲା ତାହା ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି । ତଦନ୍ତ ନହେବା ପର୍ଯ୍ୟନ୍ତ ଅଫିସ୍ ଆଗରେ ଆମରଣ ଅନଶନ କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ସଂପୃକ୍ତ ପରିବାର ଲିଖିତ ଭାବେ ବିଡିଓ, ଥାନା ଅଧିକାରୀ ଓ ତହସିଲଦାରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ତେବେ ଗୁରୁବାର ଏହି ତିନି ପରିବାର ଗୌର ନାୟକ, ସୁବନ୍ଦ୍ର ନାୟକ ଓ ରୋହିତ ନାୟକ ଓ ସୁମିତ୍ରୀ କହଁର ପ୍ରମୁଖ ପରିବାର ବିଡିଓଙ୍କ ସାକ୍ଷାତ କରି ଦାବିପତ୍ର ଦେବାପରେ ବିଡିଓ ରଶ୍ମିରଞ୍ଜନ ମହନ୍ତ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking