31.1 C
Bhubaneswar
Friday, March 29, 2024
Homeଓଡିଶାପାଇଖାନା ରେ  ରୁହନ୍ତି  ଦମ୍ଫତୀ

ପାଇଖାନା ରେ  ରୁହନ୍ତି  ଦମ୍ଫତୀ

 
କୋରାପୁଟ: ଜିଲ୍ଲା ରେ ଟାଙ୍କୁଆ ପଞ୍ଚାୟତ ରେ ଗୋଟିଏ ଦମ୍ପତି ରୁହୋନ୍ତୀ l ଏ ମାନଙ୍କ ଚୋଳାଚୋଳ କୋହୀଲେ ଜଙ୍ଗଲ ରୁ କାଠ ସଂଗ୍ରହ କୋରୀ ଆଣି ଦି ପୈସା ରଜଗାର କୋରୀ ନିଜ ପେଟୋକୁ ଦାନା ମୁଠାଏ ଦିୟନ୍ତି l ସରକାର ଯଜନା ହାତ ପାନ୍ତାରେ ଥାଇ ମୋଧ୍ୟ ଏହି ଦମ୍ପତିଙ୍କ ଆବାସ ଘୋର ଖୋଣ୍ଡେ ସାତୋ ସପନ ହେଲେବି ମୁଣ୍ଡ ରୋ ଝାଳ ତୁଣ୍ଡରେ ମାରୀ କୋଷ୍ଟ ପୋଡି ନିଜ ଦୁଇ ପେଟୋ କୁ ବଞ୍ଚେବା ନିମନ୍ତେ l ଅଣ୍ଟା ଭିଡି ଛନ୍ତି l ପାଇଖାନା ଘରେ ଜିବନ ବିତାଉଛନ୍ତି ଦମ୍ପତି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ପାଇଖାନା ସାଜିଛି ଆଶ୍ରୟସ୍ଥଳୀ।ଦିଘ୍ୟ 10 ବର୍ଷ ତଳେ ଛାତଛପର ଘର ଟି କରିଥିଲେ ଗଣେଶ ମାଳି କିନ୍ତୁ ପ୍ରବଳ ବର୍ଷା ହେବାରୁ ଘର ମାଟି ରେ ମିଶିଗଲା ।ଫଳରେ ଦିଘ୍ୟ 3 ବର୍ଷ ହେଲା ବାଧ୍ୟ ହୋଇ ପାଇଖାନା ରେ ରହିଆସୁଛନ୍ତି ଗଣେଶ ତାଙ୍କ ସ୍ରୀ ଦୈଇମତି ମାଳୀ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ର ବଦଳୀଗୁଡା ଗ୍ରାମ ରୁ ଦେଖିବା ଆମ ଏହି ସ୍ୱତନ୍ତ୍ର ଖବର l
– ସରକାର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି ବିକାଶ ର ଡିମଡିମା ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା।ଘର ଖଣ୍ଡିଏ ନଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ଗଣେଶ ଅନେକ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ବିଜୁ ପକ୍କା ଯୋଜନା ରେ ନିଜକୁ ସାମିଲ କରିବାପାଇଁ ଅନେକ ଥର ଲେଖି ଦେଇଛନ୍ତି କିନ୍ତୁ କେହି ଶୁଣୁ ନାହାନ୍ତି ତାଙ୍କର ଗୁହାରି କେବଳ ଦସ୍ତାବିଜ ରେ ଅଟକି ଯାଇଛି ଯୋଜନା। ତେଣୁ ବାଧ୍ୟହୋଇ ସ୍ୱଛଭାରତ ଯୋଜନା ରେ ପାଇଥିବା ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ବାଧ୍ୟ ହୋଇଛନ୍ତି ଦମ୍ପତି।ଏ ମାନଙ୍କ ସପକ୍ଷ ରେ ଗ୍ରାମବାସି ମଧ୍ୟ ପ୍ରତିବାଦ ରୋ ସ୍ୱର ଉଠେଇ ଚୋନ୍ତି l
– ଅଭାବି ଲୋକଙ୍କ ପାଇଁ ସରକାରୀ ଯୋଜନା ର ଅଭାବ ନାହିଁ ହେଲେ ଯୋଗ୍ୟ ହିତାଧିକାରୀ ଚୟନ ରେ ତ୍ରୁଟି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗଣେଶ ଓ ଦୈଇମତି ପରି ଅନେଇ ଗରିବ ଅସାହ। ଏହି ଦମ୍ପତି ଙ୍କ କେହି ନଥିବାରୁ ଏବେ ଏହି ପାଇଖାନା ରେ ଦୁଇଦମ୍ପତି ରହିଆସୁଛନ୍ତି । ସରକାର ସହାୟତା କହିଲେ ଗଣେଶ ଙ୍କୁ 5କେଜି ଚାଉଳ ମିଳୁଥିବା ବେଳେ ତାଙ୍କ ସ୍ରୀ କୁ 5 କେଜି ଚାଉଳ ମଧ୍ୟ ମିଳୁ ନାହିଁ।ଦୁଇଜଣ ସକାଳୁ ପ୍ରତ୍ୟେକ ଦିନ ଜଙ୍ଗଲ କୁ ଯାଇ କାଠ କରଡ଼ି ସଂଗ୍ରହ କରି ତାକୁ ବିକ୍ରି କରିଥାନ୍ତି। ଯେଉଁ ଦିନ ଜଙ୍ଗଲ କୁ ଯାଇପାରନ୍ତି ନାହିଁ ସେ ଦିନ ଭୋକ ରେ ଶୋଇପଡନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking