29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଚାକିରି ଛାଡ଼ିବା ପାଇଁ ବାଧ୍ୟ କରୁଥିଲେ ପୁରଷ ବନ୍ଧୁ; ରାଜି ନହେବାରୁ ହତ୍ୟା କଲେ

ଚାକିରି ଛାଡ଼ିବା ପାଇଁ ବାଧ୍ୟ କରୁଥିଲେ ପୁରଷ ବନ୍ଧୁ; ରାଜି ନହେବାରୁ ହତ୍ୟା କଲେ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମିକାର ଚାକିରିରୁ ଅସନ୍ତୁଷ୍ଟ ଥିବା ଜଣେ ପ୍ରେମିକ ତା’ର ହତ୍ୟା କରିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି କୋଲକାତା ନିବାସୀ ୪୨ ବର୍ଷୀୟା ଫରିଦା ଖାନମ୍ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ଗିରିଶ । ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ, ଫରିଦା ନାମକ ଜଣେ ମହିଳା ଜନୈକ ‘ସ୍ପା’ରେ କାର୍ଯ୍ୟ କରୁଥିଲେ । ତାଙ୍କ ପୁରୁଷ ବନ୍ଧୁ ଗିରିଶ ଏକ ଘରୋଇ କମ୍ପାନୀରେ କର୍ମଚାରୀ ଥିଲେ ।

ଦୁହେଁ ବନ୍ଧୁ ଥିଲେ । ତେବେ ଗିରିଶ ଫରିଦାଙ୍କ ‘ସ୍ପା’ରେ ଚାକିରି କରିବାକୁ ନେଇ ଅସନ୍ତୁଷ୍ଟ ଥିଲେ । ଗିରିଶ ସବୁବେଳେ ଫରିଦାଙ୍କ ଉପରେ ଚାକିରି ଛାଡ଼ିବକୁ ନେଇ ଚାପ ପକାଉଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଏହି କଥାକୁ ନେଇ ଗିରିଶ କ୍ରୋଧ ବଶତଃ ଶନିବାର ଫରିଦାକୁ ଛୁରୀରେ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ଲୋକେ ଫରିଦାକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମାର୍ଚ୍ଚ ୩୧କୁ ପୋଲିସ ଏହି ଘଟଣା ବିଷୟରେ ସୂଚନା ଦେଇଥିଲା । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଏହା ଏକ ଯୋଜନାବଦ୍ଧ ହତ୍ୟା ମାମଲା ବୋଲି ଜଣାପଡ଼ିଛି । କାରଣ ଅଭିଯୁକ୍ତଙ୍କ ପାଖରେ ଛୁରୀ ଥିଲା । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking