30.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗମହିଳା ପୋଲିସ କର୍ମୀ ସହକର୍ମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର, କଲେ ଏମିତି..

ମହିଳା ପୋଲିସ କର୍ମୀ ସହକର୍ମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର, କଲେ ଏମିତି..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଓ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଜଣେ ମହିଳା ପୋଲିସ କନେଷ୍ଟବଳ ତାଙ୍କ ସହକର୍ମୀଙ୍କ ଦ୍ୱାରା ବଳାତ୍କାରର ଶିକାର ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତ ପୋଲିସ ଗିରଫ ହୋଇଛି ଏବଂ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ପୋଲିସ ଜଣକ ମୃତ ମହିଳା କନେଷ୍ଟବଳଙ୍କୁ ବିବାହ କରିବାକୁ ମନା କରିବାରୁ ସେ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଯେ, ସେ ସେହି ପୋଲିସ ଷ୍ଟେସନକୁ ପୋଷ୍ଟିଂ ହୋଇଥିଲେ ଓ ଅଭିଯୁକ୍ତ ପୋଲିସ ସହିତ ଏକ ଭଡା ଘରେ ରହୁଥିଲେ । ୨୦୨୦ ମେ ମାସରେ ସେହି ପୋଲିସ ଜଣଙ୍କ ବିବାହର ପ୍ରତିଶ୍ରୃତି ଦେବା ପରେ ତାଙ୍କୁ ବଳାତ୍କାର କରିଥିଲେ । ବିବାହର ମିଛ ପ୍ରତିଶୃତି ଦେଇ ସେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା ବୋଲି ସେ ତାଙ୍କ ବିବୃତିରେ ସୂଚାଇଛନ୍ତି । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବା ବୋଲି ହରିଦ୍ୱାର ନେଇ ଯାଇଥିଲା । ସେଠାରେ ଏକ ହୋଟେଲରେ ୨ ଦିନ ଯାକ ଦୁଷ୍କର୍ମ କରିଥିଲା । ତେବେ ପରେ ସେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସେ ଶେଷରେ ଏଭଳି ପଦକ୍ଷେପ ନେଲେ । ତେବେ ଅଭିଯୁକ୍ତ ପୋଲିସ କନେଷ୍ଟବଳ ତାଙ୍କୁ ବିବାହ ପୂର୍ବରୁ ଏମିତି କରିବାକୁ ନିଶ୍ଚିତ କରିବା ପରେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିବା ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking