33.1 C
Bhubaneswar
Friday, April 26, 2024
Homeଓଡିଶାଫୋନ ମାଧ୍ୟମରେ ଅଭିଯୋଗ ଶୁଣିବ ପୋଲିସ: ଡିଜିପି

ଫୋନ ମାଧ୍ୟମରେ ଅଭିଯୋଗ ଶୁଣିବ ପୋଲିସ: ଡିଜିପି

ଭୁବନେଶ୍ୱର: କୋରନାରେ ଏବେ ସାରା ଦେଶ ସଂକ୍ରମିତ ଥିବା ବେଳେ ଲୋକମାନେ ବି ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାରେ ପଡୁଛନ୍ତି । ସେଥିପାଇଁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପୋଲିସ ଡିଜିପି ଆଜି ଏକ ନୂଆ ଘୋଷଣା କରିଛନ୍ତି । ତାହା ହେଲା ଏବେ ଲୋକଙ୍କ ସମସ୍ତ ପ୍ରକାର ଅଭିଯୋଗକୁ ପୋଲିସ ଫୋନ ମାଧ୍ୟମରେ ଶୁଣିବ । ଏଥିପାଇଁ ୫ ଶହଟି ହେଲପଲାଇନ ନମ୍ବରରେ ଜିଲ୍ଲା ଓ ପିଏସ ସ୍ତରରେ ଅଭିଯୋଗ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ଲକ୍ ଡାଉନ ସମୟରେ ପୋଲିସ ଷ୍ଟେସନ ଆସିପାରୁନଥିବା ଲୋକମାନେ ହେଲପ ଲାଇନ ବ୍ୟବସ୍ଥା ଦ୍ୱାରା ନିଜର ଅଭିଯୋଗ ଶୁଣାଇ ପାରିବେ ବୋଲି ଡିଜିପି କହିଛନ୍ତି । ଏଥିପାଇଁ ସବୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅଭିଯୋଗ ଶୁଣିବାକୁ କଂଟ୍ରୋଲ ରୁମର ବ୍ୟବସ୍ଥା ବି ରହିବ ବୋଲି ସୂଚନା ମିଳିଛି । ତେବେ କଂଟ୍ରୋଲ ରୁମ୍ ନମ୍ବର ଖୁବ ଶୀଘ୍ର ଟ୍ୱିଟର, ଫେସ ବୁକ୍ ଓ ପ୍ରେସ ରିଲିଜ ଜରିଆରେ ଦିଆଯିବ ବୋଲି କୁହାଯାଇଛି । ଏହାସହ ସମସ୍ତ ପୋଲିସ ଷ୍ଟେସନ ମଧ୍ୟ ଲ୍ୟାଣ୍ଡଲାଇନ ଓ ସିୟୁଜି ନମ୍ବର ପ୍ରକାଶ କରିବେ । ଅଭିଯୋଗ ସଂପର୍କିତ ନମ୍ବର ଓଡିଶା ପୋଲିସ ଓବସାଇଟରେ ଉପଲବ୍‌ଧ ରହିବ ବୋଲି ଡିଜିପି ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking