37.1 C
Bhubaneswar
Thursday, March 28, 2024
Homeକରୋନାଲକଡାଉନ ଉଲ୍ଲଂଘନ କରିବାରୁ ଯୁବକଙ୍କୁ ଗୁଳି

ଲକଡାଉନ ଉଲ୍ଲଂଘନ କରିବାରୁ ଯୁବକଙ୍କୁ ଗୁଳି

ଆବୁଜା : କରୋନା ଭୁତାଣୁକୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ଭୂତାଣୁକୁ ଅଟକାଇବା ଲାଗି ବିଶ୍ବର ବିଭିନ୍ନ ଦେଶ ଲକଡାଉନ ଏବଂ କର୍ଫ୍ୟୁ ଭଳି ନିୟମ ଲାଗୁ କରୁଛନ୍ତି। କିନ୍ତୁ ଲୋକେ ତାହାକୁ ଠିକ ଭାବେ ପାଳନ କରୁ ନ ଥିବାରୁ ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ତେବେ ନାଇଜେରିଆରେ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଠାରେ ଜଣେ ଯୁବକ ଲକଡାଉନ ନିୟମ ନ ମାନିବାରୁ ପୁଲିସ ତାଙ୍କୁ ଗୁଳି କରିବାକୁ ବାଧ୍ୟ ହୋଇଛି। ସ୍ଥାନୀୟ ପୁଲିସ ଏବଂ ଜନପ୍ରତିନିଧି ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନାଇଜେରିଆରେ କରୋନା ଭୂତାଣୁକୁ ରୋକିବା ଲାଗି ଦେଶର ବଡ଼ ବଡ଼ ସହରକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୧୮୪ ଜଣ ସଂକ୍ରମିତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
https://onakhabar.com/2020/04/02/philippines-prez-orders-shoot-at-sight-to-lockdown-violators/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking