17.1 C
Bhubaneswar
Friday, January 17, 2025
Homeଦେଶ ବିଦେଶବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ରେ ରହି ଚାକିରି ହରାଇଲେ ପୁଲିସ କର୍ମଚାରୀ

ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ରେ ରହି ଚାକିରି ହରାଇଲେ ପୁଲିସ କର୍ମଚାରୀ

ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ ସମ୍ପର୍କ ରଖିବା ଓ ତାଙ୍କ ପ୍ରତି ବିଶ୍ବାସଘାତକତା କରିଥିବା କାରଣରୁ ମୁମ୍ବାଇ ପୁଲିସର ଜଣେ କନେଷ୍ଟବଳ ଚାକିରିରୁ ବିଦା ହୋଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସରକାରୀ ଅଧିକାରୀଜଣକ କହିଛନ୍ତି, କେନ୍ଦ୍ରୀୟ ମୁମ୍ବାଇର ତାଡ଼ଦେବସ୍ଥିତ ‘ଲୋକାଲ୍‌ ଆର୍ମସ୍‌’ ଡିଭିଜନ୍‌ରେ ଚାକିରି କରୁଥିବା ସେ ପୁଲିସ କର୍ମଚାରୀ କନେଷ୍ଟବଳ ସୋମନାଥ ଅଙ୍ଗୁଲେଙ୍କ ଆଚରଣ ଚାକିରି ନିୟମ ଉଲ୍ଲଂଘନ କରିବା ସହିତ ପୁଲିସ ଫୋର୍ସର ଭାବମୂର୍ତ୍ତିକୁ କଳଙ୍କିତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୯ରେ ଜେ. ଜେ. ଥାନାରେ ନିଯୁକ୍ତ ହୋଇଥିବା ବେଳେ ଅଙ୍ଗୁଲେଙ୍କର ଜଣେ ବିବାହିତା ମହିଳାଙ୍କ ସହିତ ଦୈହିକ ସମ୍ପର୍କ ଥିଲା ଏବଂ ସେ ତାଙ୍କ ସହିତ ବସବାସ କରୁଥିଲେ। ଅଙ୍ଗୁଲେଙ୍କ ଔରସରୁ ସେ ମହିଳାଙ୍କର ପିଲାଟିଏ ହୋଇଥିଲା। ଅଙ୍ଗୁଲେ ସେ ପିଲାର ଅଭିଭାବକ ବୋଲି ପରିଚୟ ମଧ୍ୟ ଦେଇଥିଲେ। ବାହା ହେବେ ବୋଲି ସେ ମହିଳାଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ। ଏହାଛଡ଼ା, ସେମାନେ ‘ଲିଭ୍‌-ଇନ୍‌’ରେ ଥିବା କଥା ଉଲ୍ଲେଖ ଥିବା ଷ୍ଟାମ୍ପ୍‌ ପେପର୍‌ରେ ସ୍ବାକ୍ଷର କରିଥିଲେ। କିନ୍ତୁ, କନେଷ୍ଟବଳ ଅଙ୍ଗୁଲେ ତାଙ୍କ ପ୍ରତି ବିଶ୍ବାସଘାତକତା କରୁଥିବା କଥା ଜାଣିବା ପରେ ସେ ମହିଳାଜଣକ ପଦସ୍ଥ ପୁଲିସ ଅଧିକାରୀଙ୍କ ନିକଟରେ ନିବେଦନ କରିଥିଲେ। ଏ ମାମଲାର ବିଭାଗୀୟ ତଦନ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇ ଅଙ୍ଗୁଲେଙ୍କୁ ନିଲମ୍ବନ କରାଯାଇଲା। ତା’ପରେ ତାଙ୍କୁ ପୁଣି ଚାକିରିରେ ନିଯୁକ୍ତି ଦିଆଯାଇ ତାଡ଼ଦେବସ୍ଥିତ ‘ଲୋକାଲ୍‌ ଆର୍ମସ୍‌ ଡିଭିଜନ୍‌’କୁ ବଦଳି କରାଯାଇଥିଲା। ତଦନ୍ତ ଶେଷ ହେବା ପରେ ତାଙ୍କୁ ଏବେ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ସରକାରୀ ଅଧିକାରୀଜଣକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking