29.1 C
Bhubaneswar
Saturday, July 27, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ସ୍କୁଟି କୁ ଏକ ଟ୍ରକ ପଛରୁ ଧକ୍କା  ଦେଇଥିଲା । ଏଥିରେ  ସ୍କୁଟିରେ ବସିଥିବା ନାବାଳିକା ଶାଳୀର ମୃତ୍ୟୁ ଘଟିଥିବା ବେଳେ ଭିଣୋଇ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମୃତ ନାବାଳିକା ଜଣଙ୍କ ହେଲେ ଜରଡ଼ା ଥାନା ଅଧୀନ ସୁବର୍ଣ୍ଣପୁର ଗାଁର ଲିପା ପ୍ରଧାନ (୧୫) ଏବଂ ଆହତ ଭିଣୋଇ ଟୁନା ପ୍ରଧାନ ବୋଲି ପୋଲିସ ସୂଚନା ଦେଇଛି। ଗୁରୁବାର ଅପରାହ୍ନରେ ଶାଳୀ ଓ ଭିଣୋଇ ଏକ ସ୍କୁଟି ଯୋଗେ  ଗୋପାଳପୁରରୁ  ଜରଡ଼ା ଅଭିମୁଖେ ଯାଉଥିବା ବେଳେ ଭାଲିଆଗଡ଼ ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ଏକ ଟ୍ରକ ପଛପଟୁ ସ୍କୁଟିକୁ ଧକ୍କା ଦେଇଥିଲା। ଯାହାଫଳରେ ଲିପା ରାସ୍ତାରେ ଛିଟିକି ପଡ଼ିବା ସହ ଟ୍ରକଟି ଲିପାଙ୍କ ଉପରେ ମାଡି ଯାଇଥିଲା, ଘଟଣା ସ୍ଥଳରେ ହିଁ  ଲିପାଙ୍କ ମୃତ୍ୟୁ ଘଟିଥିଲା ।  ସ୍କୁଟି ଚଳାଉ ଥିବା ଭିଣୋଇ ଟୁନା ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଗୋଳନ୍ଥରା ପୁଲିସ ଗୁରୁତର ଟୁନାଙ୍କୁ  ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ  ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତ ଲିପାର ଦେହକୁ  ଗୋଳନ୍ଥରା  ପୁଲିସ ଜବତ କରି  ବ୍ୟବେଚ୍ଛେଦ ପାଇଁ ପଠେଇ ଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ  ଜବତ କରି  ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking