14.1 C
Bhubaneswar
Saturday, January 11, 2025
Homeଅପରାଧପୁଲିସ ମାଓବାଦୀ ଗୁଳି ବିନିମୟ ଘଟଣା: ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର

ପୁଲିସ ମାଓବାଦୀ ଗୁଳି ବିନିମୟ ଘଟଣା: ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ଗୋଇଗୁଡ଼ା ଓ ଉତମଗୁଡ଼ା ଜଙ୍ଗଲରେ ଗତ ୧୫ ତାରଖ ଗୁଳି ବିନିମୟ ଘଟଣାରେ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଦକ୍ଷିଣ ପଶ୍ଚିମାଂଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ ପ୍ରକାଶ କରିଛନ୍ତି । ଶୁକ୍ରବାର ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି । ପ୍ରାୟ ୧୫ ରୁ ୨୦ ଜଣ ମାଓବାଦୀ ଥିବା ଖବର ପାଇ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀଙ୍କ ନେତୃତ୍ୱରେ ଏସ.ଓ.ଜି, ବି.ଏସ.ଏଫ ଓ ଡି.ଭି.ଏଫ ବାହିନୀକୁ ନେଇ ଏକ କୁମ୍ବିଂ ଅପରେସନ କରାଯାଇଥିଲା । ସଂପୃକ୍ତ ଅଂଚଳ ତଲାସୀ ବେଳେ ମାଓବାଦୀମାନେ ପୁଲିସ ଉପରେ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର ପ୍ରତିଜବାବରେ ସୁରକ୍ଷାର୍ମିମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ପରେ ମାଓବାଦୀମାନେ ଜଙ୍ଗଲ ଓ ଅନ୍ଧାରର ସୁଯୋଗ ନେଇ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଗୁଳିବିନିମୟ ପରେ ତଲାସୀ ବେଳେ ଘଟଣାସ୍ଥଳରୁ ଛୋଟ ମାଓ କିଟ ବ୍ୟାଗ ୧୮ ଟି, ବଡ଼ କିଟ ବ୍ୟାଗ ୬ ଟି,ଡେଟୋନେଟର ୧୦ ଟି, ଇଲେକଟ୍ରିକ ତାର ଗୋଟିଏ ବଣ୍ଡଲ, ରେଡିଓ ଗୋଟିଏ, ମାଓ ପୋଷାକ ୩ ହଳ, ମାଓ ପୁସ୍ତିକା, କମ୍ବଳ ୧୧ ଟି,ସାଲ ୫ ଟି , ସାମସୁଙ୍ଗ ଟାବ ୨ଟ. ଔଷଧପତ୍ର,ବ୍ୟାନର ଗୋଟିଏ, ଟିଫିନ ବାକ୍ସ ୭ଟି, ଚପଲ,ପାଣି ଜାର,ପନିପରିବା,ପଲିଥିନ , ରାତ୍ରି ଲ୍ୟାମ୍ପ,ପ୍ଲାସ, ମଶାରୀ,ଟର୍ଚ୍ଚ ଲାଇଟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ମୋଟ ୪୧ ପ୍ରକାରର ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ଡି.ଆର.ଜି ଶ୍ରୀ ଅହମ୍ମଦ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ମୁଦୁଲିପଡ଼ା ଥାନାରେ କେସ ନମ୍ବର ୪ ରେ ଏକ ପ୍ରାୟ ୧୫ ରୁ ୨୦ ଜଣ ଅଜଣା ସଶସ୍ତ୍ର ମାଓବାଦୀଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିବା ପ୍ରକାଶ କରିଛନ୍ତି । ମାଓବାଦୀମାନେ ଅଂଚଳର ବିକାଶକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଲୋକ ମଧ୍ୟ ଆଉ ସେମାନଙ୍କୁ ସହଯୋଗ କରୁନାହାନ୍ତି । ପୋଲିସ ସର୍ବଦା ଅଂଚଳବାସୀଙ୍କୁ ସୁରକ୍ଷା ଯୋଗାଇଦେବ ବୋଲି ଡି.ଆଇ.ଜି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି । ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଜିଲ୍ଲା ପୋଲିସର ସହଯୋଗ ନିହାତି ଆବଶ୍ୟକ । ଆମେ ଚାହୁୁଁଛୁ ସେହି ଅଂଚଳର ବିକାଶ ହେଉ । ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସ୍ୱାଭିମାନ ଅଂଚଳରେ ପ୍ରୟାସ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking