29.1 C
Bhubaneswar
Thursday, April 25, 2024
Homeଅପରାଧପୁଣି ଲଜ୍ୟା : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ

ପୁଣି ଲଜ୍ୟା : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ

ମ,ରାମପୁର : କଳାହାଣ୍ଡି ଜିଲ୍ଲାର ମ,ରାମପୁର ଠାରେ ଗୁରୁବାର ରାତିରେ ବିକଳାଙ୍ଗ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ପୋଲିସ ସୂତ୍ରରୁ ଜଚ୍ଚାପଡ଼ିଛି ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ସଦର ସତନାମୀ ପଡ଼ାର ମୁନୁସତନାମି ର ଜୈନକ ଭିନ୍ନକ୍ଷମ ନାବାଳିକା ସେହି ଗ୍ରାମର ଜୈନକ ଯୁବକ ଦୁଷ୍କର୍ମ କରିଥିବା ନେଇ ମ,ରାମପୁର ଥାନରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ହୋଇଥିବା ଅଭିଯୋଗ ମୁତାବକ ଜୈନକ ଭିନ୍ନକ୍ଷମ ନାବାଳିକା ଲକ୍ଷ୍ମୀ ନିଜ ବଡ଼ଭାଇର ଦୋକାନରୁ ନିଜ ଘର ସତନାମି ପଡ଼ା ଯାଉଥିବା ସମୟରେ ମ,ରାମପୁର ର ଜୈନକ ଯୁବକ ରାକେଶ ନାୟକ ଚାଲ୍ ତୋତେ ତୁମ ଘରେ ଛାଡ଼ି ଦେବି କହି ବଳପୂର୍ବକ ନିଜ ବାଇକରେ ବସାଇ ତୁଜୁଙ୍ଗ ଗ୍ରାମ ପଟଳୁ ନେଇ ଯାଇ ଏକ ନିଛାଟିଆ ଜାଗାକୁ ନେଇଯାଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଦୁଷ୍କର୍ମ ପରେ ନାବାଳିକା କୁ ଗାଡ଼ିରେ ବସାଇ ନେଉଥିବା ସମୟରେ ପରିବାର ଲୋକେ ଦେଖି ଗାଡ଼ିରୁ ନାବାଳିକାକୁ ଉଦ୍ଧାର କରିଥିବା କଥା ଯୁବତୀର ଭାଉଜ ବାସନ୍ତି ସତନାମି କହିଛନ୍ତି । ଯଦି କହାକୁ ଏବିଷୟରେ କହୁ ତାହାହେଳେ ତୁମମାନଙ୍କୁ ଜୀବନରେ ମାରିଦେବି ବୋଲି କହି ବାଇକକୁ ଦୃତ ଗତିିରେ ଚଳାଇ ଚାଳିଯାଇଥିଲା । ଥାନରେ ଅଭିଯୋଗପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରିରଖି ଥିବା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking