27.1 C
Bhubaneswar
Tuesday, March 11, 2025
Homeଓଡିଶାଶ୍ରୀ ମନ୍ଦିରରେ ଅଘଟଣ, ମହିଳା ଭକ୍ତଙ୍କୁ ପୋଲିସର ମାଡ

ଶ୍ରୀ ମନ୍ଦିରରେ ଅଘଟଣ, ମହିଳା ଭକ୍ତଙ୍କୁ ପୋଲିସର ମାଡ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ପୋଲିସ ମାଡ ମାରିଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ସମୟରେ ଜଗମୋହନ ନିକଟରେ ଏପରି ଘଟଣା ଘଟିଥିବା ଜଣା ପଡିଛି । ସୂଚନା ଅନୁଯୟୀ, ଜଣେ ମହିଳା ଭକ୍ତ ଦର୍ଶନ ପାଇଁ ଯିବା ସମୟରେ ପୋଲିସ ତାଙ୍କୁ ମାଡ ମାରିଛି । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ଏବଂ ବରିଷ୍ଟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ବଡଦେଉଳରେ ପୋଲିସର ଏପରି ଆଚଣକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ଏଥିସହିତ ଏହି ଘଟଣାକୁ ନେଇ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking