29.1 C
Bhubaneswar
Wednesday, April 29, 2026
Homeଅପରାଧପୋଲିସ ଏଲ୍‌ଏଫ୍‌ଆଇ ଗୁଳି ବିନିମୟ: କମାଣ୍ଡର ଲମ୍ବୁ ନିହତ

ପୋଲିସ ଏଲ୍‌ଏଫ୍‌ଆଇ ଗୁଳି ବିନିମୟ: କମାଣ୍ଡର ଲମ୍ବୁ ନିହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ବନ୍ଦଗାଁ ବ୍ଲକ୍‌ର ଟେବୋ ଅଞ୍ଚଳରେ ପିଏଲ୍‌ଏଫ୍‌ଆଇ ସଦସ୍ୟ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହେଇଛି। ଜଣେ ପିଏଲ୍‌ଏଫଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦ୍ରା ଓରଫ୍ ଲମ୍ବୁ ନିହତ ହୋଇଛି। ସୁରକ୍ଷାବାହିନୀ ଗୁଳିରେ ଜଣେ ପିଏଲ୍‌ଏଫଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦ୍ରା ଓରଫ୍ ଲମ୍ବୁ ନିହତ ହୋଇଛି। ପଶ୍ଚିମ ସିଂହଭୂମ ଜିଲ୍ଲା ଏସ୍‌ପି ଆଶୁତୋଷ ଶେଖର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ପୁଲିସକୁ ଗୁପ୍ତସୂଚନା ମିଳିଥିଲା ଯେ, ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦ୍ରା ଓରଫ୍‌ ଲମ୍ବୁ ତା’ର କିଛି ସହଯୋଗୀମାନଙ୍କ ସହ ଟେବୋ ଜଙ୍ଗଲରେ ବୁଲୁଛି। କିଛି ବଡ଼ ଘଟଣା ଘଟାଇବା ପାଇଁ ସେମାନେ ଯୋଜନା କରୁଥିବା ସୂଚନା ମିଳିଥିଲା। ଏହି ସୂଚନାକୁ କେନ୍ଦ୍ରକରି ପଶ୍ଚିମ ଏସ୍‌ପି ଶ୍ରୀ ଶେଖର ତୁରନ୍ତ ଏକ ଦଳ ଗଠନ କରିଥିଲେ। ସୁରକ୍ଷାବାହିନୀ ଟେବୋ ଅଞ୍ଚଳରେ ଥିବା ତୋମାଙ୍ଗ ଗାଁ ଜଙ୍ଗଲରେ ପହଞ୍ଚି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ପୁଲିସ ଖାନତଲାସିରୁ ପୋଲିସ ଗୁଳିରେ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦରାର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking