29.1 C
Bhubaneswar
Thursday, April 25, 2024
Homeଓଡିଶାଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଏବେ ଖୋଲିବାକୁ ଯାଉଛି । କ୍ୟାପିଟାଲ ହସ୍ପିଟାଲ ତରଫରୁ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି । କିପରି ଏବଂ କେବେ ରାଇମୋହନଙ୍କର ମୃତ୍ୟୁ ଘଟିଛି ଏହାର ସ୍ପଷ୍ଟ ସୂଚନା ଦେଇଛି କ୍ୟାପିଟାଲ ହସ୍ପିଟାଲ ।

ପୋଷ୍ଟମର୍ଟମ ରିପୋର୍ଟରୁ ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ହୋଇଯିବାରୁ ଅଭିନେତା ରାଇମୋହନଙ୍କର ମୃତ୍ୟୁ ହୋଇଛି । ଏ ନେଇ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ତରଫରୁ କମିଶନରେଟ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ରାଇମୋହନଙ୍କ ଶ୍ୱାସରୁଦ୍ଧ ହେବା ସହ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking