29.4 C
Bhubaneswar
Saturday, May 4, 2024
Homeଓଡିଶାପୁଲିସକୁ ବାନ୍ଧିଲା ପୁଲିସ

ପୁଲିସକୁ ବାନ୍ଧିଲା ପୁଲିସ

କଟକ : ପୁଲିସକୁ ବାନ୍ଧିଲା ପୁଲିସ । ୨୦ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡିଲା । ଭିଜିଲାନସ ହାତରେ ଧରାପଡି ଗିରଫ ହୋଇଛନ୍ତି ଜଣେ ପୁଲିସ ଏଏସଆଇ । ସୂଚନା ଅନୁଯାୟୀ, ଏକ ସୁଧ କାରବାର ଘଟଣାର ସମାଧାନ କରିବା ପାଇଁ ମଧୁପାଟଣା ଥାନା ଏଏସଆଇ ପ୍ରଣବ କିଶୋର ପ୍ରହରାଜ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଡିଭିଜନ ଭିଜିଲାନସ ହାତରେ ଧରାପଡି ଗିରଫ ହୋଇଛନ୍ତି । ତୁଳସୀପୁର ବିଜୁ ପଟ୍ଟନାୟକ ଛକର ସଞ୍ଜିବ କୁମାର ବେହେରାଙ୍କର ସୁଧ କାରବାରକୁ ନେଇ ଏକ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାର ସମାଧାନ ପାଇଁ ଶ୍ରୀ ପ୍ରହରାଜ ସଞ୍ଜିବଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ସଞ୍ଜିବଙ୍କ ଅଭିଯୋଗ ଆଧାରରେ କଟକ ଭିଜିଲାନସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନୁଯାୟୀ ଆଜି ଶ୍ରୀ ପ୍ରହରାଜ ବିଜୁ ପଟ୍ଟନାୟକ ଛକ ଶାରଳା ଭବନ ନିକଟରେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଚଢାଉ କରାଯାଇଥିଲା । ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ଏହି ଲାଞ୍ଚ ଟଙ୍କା ଜବତ କରାଯାଇଛି । ଶ୍ରୀ ପ୍ରହରାଜଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁଲିସ କଲୋନୀସ୍ଥିତ ତାଙ୍କ ସରକାରୀ ବାସ ଭବନରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking