30.1 C
Bhubaneswar
Wednesday, April 24, 2024
Homeଓଡିଶାସୁରଟ ଫେରନ୍ତାଙ୍କ କରୋନାରେ ମୃତ୍ୟୁ !

ସୁରଟ ଫେରନ୍ତାଙ୍କ କରୋନାରେ ମୃତ୍ୟୁ !

ଜଗନ୍ନାଥପ୍ରସାଦ : ଜଗନ୍ନାଥପ୍ରସାଦ ବ୍ଲକର ରାଉତି ପଞ୍ଚାୟତ ଅଧୀନ ଏକ ଗ୍ରାମରେ କରୋନା ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ଗୁଜୁରାଟର ସୁରାଟ ସହରର ସୂତାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ସେଠାରେ ଲଗାତର ଜ୍ୱର ହେବାରୁ ସପ୍ତାହ ତଳେ ଗ୍ରାମକୁ ଫେରିଥିଲେ । ଏଠାରେ ପହଞ୍ଚି ସ୍ଥାନୀୟ କାଦୁଆ ଗ୍ରାମର ଜଣେ କ୍ୱାକ୍‌ଙ୍କ ପାଖରୁ ଔଷଧ ଖାଉଥିଲେ । କିନ୍ତୁ କୋଭିଡ ପରୀକ୍ଷା କରିନଥିଲେ । ତେବେ ଆଜି ଅବସ୍ଥା ଗୁରୁତର ହେବାରୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଆଣିିଥିଲେ ।

ଡାକ୍ତର କରୋନା ଲକ୍ଷଣ ଅନୁମାନ କରି ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ । ତେବେ ଭଞ୍ଜନଗର ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିବା ସହ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରି ଜଗନ୍ନାଥପ୍ରସାଦ ପୋଲିସକୁ ଜଣାଇଥିଲେ । ପୋଲିସ ଭଞ୍ଜନଗରରେ ତାଙ୍କ ସ୍ତ୍ରୀଙ୍କ ଠାରୁ ଏତଲା ଗ୍ରହଣ କରି ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ କରି ପରିବାର ହସ୍ତାନ୍ତର କରିଛନ୍ତି । ଅନ୍ୟପକ୍ଷରେ ଏହି ବ୍ୟକ୍ତିଙ୍କ କୋଭିଡରେ ମୃତ୍ୟୁ ହୋଇଥବା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking