41.1 C
Bhubaneswar
Sunday, April 28, 2024
Homeଓଡିଶାନିଜେ ଅଣ୍ଡା ପକାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛି ପୋଲିସ : ଜୟନାରାୟଣ

ନିଜେ ଅଣ୍ଡା ପକାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛି ପୋଲିସ : ଜୟନାରାୟଣ

ଭୁବନେଶ୍ୱର: ପିଏମଜିରେ ପୋଲିସ ଖଣ୍ଡଯୁଦ୍ଧ ଘଟଣାରେ ଗିରଫ ହୋଇଥିବା ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ନେତାଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହାସହ ଜୟନାରାୟଣ କହିଛନ୍ତି, ଆନ୍ଦୋଳନରେ ସାମିଲ ନଥିବା, ଚାହା ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ମାତ୍ରାଧିକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ହାତରେ କ୍ଷମତା ଅଛି ବୋଲି ସେମାନେ ମାମଲା ରୁଜୁ କରିଦେଲେ । କିନ୍ତୁ ଆମେ ଦେଇଥିବା ଏଫଆଇଆର ଉପରେ କୌଣସି କାର‌୍ୟ୍ୟାନୁଷ୍ଠାନ ନେଲେ ନାହିଁ । ଓଡିଶା ପୋଲିସ ଏବେ ବିଜେଡ଼ିର କର୍ମୀ ଭଳି କାମ କରୁଛି । ପୋଲିସ ଡିଜି ଏହାକୁ ଯୋଜନାବଦ୍ଧ ଆକ୍ରମଣ ବୋଲି କହୁଛନ୍ତି । ଯଦି ପ୍ରି ପ୍ଲାନ ହୋଇଥାନ୍ତା ତେବେ ପୋଲିସ ନିଜ ହାତରେ ଅଣ୍ଡା ଧରି ଦେଖାଇ ପାରିଥାନ୍ତା କି ? ପୋଲିସ ବେକାର କଥା କହୁଛନ୍ତି । ନିଜେ ଅଣ୍ଡା ଆଣି ପକାଇଛନ୍ତି । ଯୁବମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ପୋଲିସର ଏମିତି କୁକର୍ମକୁ ଜୟନାରାୟଣ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking