27.1 C
Bhubaneswar
Friday, March 29, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଚାଲିଛି ଭୋଟଗଣତି

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଚାଲିଛି ଭୋଟଗଣତି

ନୂଆଦିଲ୍ଲୀ: ଉତ୍ତରପୂର୍ବ ତିନି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଚାଲିଛି ଭୋଟଗଣତି। ଜାରି ରହିଛି ଭୋଟ ଗଣନା। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ତ୍ରିପୁରାରେ ସରକାର ଗଠନ କରିପାରେ ବିଜେପି। ସେହିପରି ନାଗାଲାଣ୍ଡରେ ବିଜେପି ମେଣ୍ଟ ଏନ୍‌ଡିପିପି ବହୁମତ ହାସଲ କରିବା ଦିଗରେ ଆଗେଇ ଚାଲିଛି। ସେହିପରି ମେଘାଳୟରେ ମୁଖ୍ୟମନ୍ତ୍ରୀ କେନରାଡ ସାଙ୍ଗମାଙ୍କ ଦଳ ଏନ୍‌ପିପି ଟ୍ରେଣ୍ଡରେ ଆଗରେ ରହିଛି। ତିନୋଟି ରାଜ୍ୟରେ ୬୦ଟି ଲେଖାଏଁ ଆସନ ରହିଛି। ତ୍ରିପୁରାରେ ପେବୃଆରୀ ୧୬ରେ ଭୋଟ ହୋଇଥିବା ବେଳେ ନାଗାଲାଣ୍ଡ ଓ ମେଘାଳୟରେ ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ ତ୍ରିପୁରାରେ ବିଜେପି ସରକାର ରହିଥିବା ବେଳେ, ନାଗାଲାଣ୍ଡରେ ବିଜେପି ଗଠିତ ମେଣ୍ଟ ସରକାର ରହିଛି ଓ ମେଘାଳୟରେ ଏନ୍‌ପିପି ର ସରକାର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking