27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପୁଲିସ ଓ ଚାଷୀ ଆନ୍ଦୋଳନକାରୀ ମୁହାଁମୁହିଁ : ଜଣେ ଚାଷୀ ମୃତ

ପୁଲିସ ଓ ଚାଷୀ ଆନ୍ଦୋଳନକାରୀ ମୁହାଁମୁହିଁ : ଜଣେ ଚାଷୀ ମୃତ

ନୂଆଦିଲ୍ଳୀ : ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ପୁଣି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼ ନେଇଛି । ଏଥିରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ସହ ସଂଘର୍ଷରେ ଆନ୍ଦୋଳନରତ କୃଷକ ଶୁଭକରନ ସିଂହ ପ୍ରାଣ ହରାଇଛନ୍ତି । ହେଲେ ହରିଆଣା ପୁଲିସ ଏହି ମୃତ୍ୟୁକୁ ଅସ୍ୱୀକାର କରିଛି । ଏହାପରେ କୃଷକ ନେତା ସରୱାନ ସିଂହ ପାଣ୍ଡେର ସାମ୍ବାଦିକ ସମ୍ମିଳନୀ କରି କୃଷକ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଖାନୌରୀ ଘଟଣାର ସମୀକ୍ଷା ପରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ । ଏବେ କୃଷକ ଆନ୍ଦୋଳନକୁ ଆଜି ଏବଂ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା ହୋଇଛି । ଶମ୍ଭୁ ସୀମାରେ ଅନୁଷ୍ଠିତ ବୈଠକରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking