28.1 C
Bhubaneswar
Saturday, July 27, 2024
Homeଓଡିଶାଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ସାତମାଇଲରେ ଘଟିଛି ଅଭାବନୀୟ ଘଟଣା । ସାତମାଇଲ ଛକ ନିକଟ ଏକ ପଡିଆରେ ଥିବା ଗଛ ନିକଟରୁ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶାଢ଼ୀରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି। ତେବେ ସୂଚନା ଅନୁଯାୟୀ, ଆଜି ସକାଳେ ଛକ ନିକଟରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୁଇଁତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking