29.1 C
Bhubaneswar
Wednesday, April 24, 2024
Homeଓଡିଶାକବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ଲୋକାର୍ପିତ

କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ଲୋକାର୍ପିତ

ଭୁବନେଶ୍ୱର : କଳିର କରାଳରେ କଳଙ୍କିତ ପୃଥିବୀ । ଜୀବନର ଚଲାପଥ କଣ୍ଟକମୟ । ସମାଜ ପଙ୍କିଳ, ଦିନକୁ ଦିନ ରସାତଳଗାମୀ । ଏମିତି ଭିତରେ ଦୁଃଖ, ସୁଖକୁ ନିଜର କରି ମଣିଷ ଭଳି ମଣିଷଟିଏ ହୋଇ ବଞ୍ଚିବା ଦୁରୂହ ବ୍ୟାପାର । ଏମିତି ଏକ ସନ୍ଧିକ୍ଷଣରେ କବି ନିରଞ୍ଜନ ସେଠୀଙ୍କ ରଚିତ ଗୀତଗୁଡ଼ିକ ବଞ୍ଚିବା ପାଇଁ ଆଉ ଦୁଃଖ, ଚାପ ଭୂଲି ଜିଇଁବା ପାଇଁ ଏକ ନୂତନ ଆଶାର ସଞ୍ଚାର କରେ । ‘ପୂଣ୍ୟ ବ୍ରହ୍ମ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ଦ୍ୱାରା ରଚିତ ୬ଟି ଭକ୍ତି ସଙ୍ଗୀତର ଲୋକାର୍ପଣ ପୂର୍ବରୁ ହୋଇ ସାରିଥିବା ବେଳେ ସୋମାବାର ଏହି ଶୀର୍ଷକରେ ଶ୍ରୀଚରଣଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ‘ ସୁନାଠାକୁର’ ଲୋକାର୍ପିତ ହୋଇଛି ।

ସେମାବାର ମଧ୍ୟ ‘ସ୍ମୃତି ନୀଡ଼’ ଶୀର୍ଷକରେ ଶ୍ରୀ ସେଠୀଙ୍କ ରଚିତ ୫ଟି ଆଧୁନିକ ସଂଗୀତ ଲୋକର୍ପିତ ହୋଇଛି । ଗୀତଗୁଡ଼ିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକଦେବ ଓ ସୌମ୍ୟ ସୋଭାଗ୍ୟ । ସଂଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ । ଭୁବନେଶ୍ୱର ସ୍ଥିତ ଭାରତୀ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥିଭାବରେ ପୂର୍ବତନ ସାଂସଦ କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗ ଦେଇ କହିଲେ ଯେ, ନିରଞ୍ଜନ ସେଠୀଙ୍କ ରଚିତ ସମସ୍ତ ଗୀତ ଏବଂ କଣ୍ଡଶିଳ୍ପୀମାନଙ୍କର କଣ୍ଠର ଯାଦୁକରୀ ସ୍ପର୍ଶରେ ଗୀତଗୁଡ଼ିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଆମୋଦଦାୟକ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking