28.9 C
Bhubaneswar
Friday, May 16, 2025
Homeଦେଶ ବିଦେଶବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ପ୍ରଧାନମନ୍ତ୍ରୀ

ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୪ଟି ରାଜ୍ୟରେ ବିଜେପିର ବିଜୟ ପରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ରାଜନୈତିକ ସମୀକ୍ଷକମାନେ କହିଥିଲେ ଯେ ଏହି ଫଳାଫଳ ତ ୨୦୧୭ରେ ବିଜେପି ଉତ୍ତରପ୍ରଦେଶ ନିର୍ବାଚନ ଜିତିବା ପରେ ସ୍ଥିର ହୋଇଯାଇଥିଲା । ଏଣୁ ୨୦୨୨ରେ ଉତ୍ତରପ୍ରଦେଶ ଜିତିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଜାତିଭିତ୍ତିକ ରାଜନୀତି ହୁଏ ବୋଲି ରାଜନୈତିକ ପଣ୍ଡିତମାନେ କୁହନ୍ତି । କିନ୍ତୁ ଉତ୍ତରପ୍ରଦେଶ ଲୋକମାନେ ଏହାକୁ ଭୁଲ ପ୍ରମାଣିତ କରି ବିକାଶକୁ ଭୋଟ ଦେଇଛନ୍ତି । ରାଜ୍ୟବାସୀ ଜାତିବାଦୀ ରାଜନୀତିକୁ ଖାରଜ କରିଦେଇଛନ୍ତି । ପରିବାରବାଦ ରାଜନୀତି ଦେଶକୁ ପଛକୁ ନେଇଯାଉଛି । କିନ୍ତୁ ଦେଶରେ ଏପରି ଏକ ଦିନ ଆସିବ ଯେବେ ଦେଶର ମତଦାତାମାନେ ପରିବାରବାଦ ରାଜନୀତିକୁ ବିଲୁପ୍ତ କରିଦେବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିର୍ବାଚନ ଏପରି ସମୟରେ ହୋଇଥିଲା ଯେଉଁ ସମୟରେ ବିଶ୍ୱ କରୋନା ସଂକଟ ଦେଇ ଗତି କରୁଥିଲା । ଏହା ସହିତ ବିଶ୍ୱରେ ଏକ ଯୁଦ୍ଧର ଘନଘଟା ଆରମ୍ଭ ହୋଇଯାଇଥିଲା । ଏପରି କଠିନ ପରିସ୍ଥିତିରେ ମତଦାତାମାନେ ବିକାଶ ଓ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ଏହି ବିଜୟ ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ସରକାର ଦେଶରେ ବିକାଶର ଗାଡ଼ିକୁ ଆଗେଇ ନେବ । ଆଜି ଉତ୍ସାହ ଏବଂ ଉତ୍ସବର ଦିନ । ଏହି ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଭୋଟରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ନିଷ୍ପତ୍ତି ପାଇଁ ମୁଁ ଭୋଟରଙ୍କୁ ଧନ୍ୟବାଦ ଦେଉଛି । ବିଶେଷକରି ଯେଉଁଭଳି ଭାବରେ ଆମ ମା, ଭଉଣୀ ଏବଂ ଯୁବକମାନେ ବିଜେପିକୁ ସମର୍ଥନ କରିଥିଲେ ତାହା ଏକ ବଡ଼ ବାର୍ତ୍ତା । ନିର୍ବାଚନ ସମୟରେ ବିଜେପି କର୍ମୀମାନେ ମୋତେ ପ୍ରତିଶୃତି ଦେଇଥିଲେ ଯେ ଏଥର ହୋଲି ମାର୍ଚ୍ଚ ୧୦ରୁ ଆରମ୍ଭ ହେବ । ଆମର ପରିଶ୍ରମୀ କର୍ମୀମାନେ ସେମାନଙ୍କ ପ୍ରତିଜ୍ଞା ପୂରଣ କରିଛନ୍ତି । ମୁଁ ଆମର କର୍ମୀମାନଙ୍କୁ ଗଭୀର ପ୍ରଶଂସା କରୁଛି, ଯେଉଁମାନେ ଏହି ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି । ଗରିବଙ୍କ ନାମରେ ଘୋଷଣା ବହୁତ ହୋଇଛି, ଅନେକ ଯୋଜନା କରାଯାଇଛି, କିନ୍ତୁ ଯେଉଁ ଗରିବମାନଙ୍କର ଅଧିକାର ଥିଲା, କୌଣସି ଅସୁବିଧା ବିନା ସେହି ଅଧିକାର ତାଙ୍କୁ ମିଳୁ, ଉତ୍ତମ ଶାସନ ଏବଂ ବିତରଣ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜେପି ଏହା ବୁଝିଛି । ବର୍ଷ ବର୍ଷ ଧରି, ଆମେ କେବଳ ଶାସନ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣି ନାହୁଁ, ବରଂ ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିଛୁ । ସରକାରୀ ସୁବିଧା ନିଶ୍ଚିତ ଭାବରେ ପ୍ରତ୍ୟେକ ଗରିବଙ୍କ ନିକଟରେ ପହଞ୍ଚିବ ବୋଲି ବିଜେପି ଗରିବ ଲୋକଙ୍କୁ ଆଶ୍ୱାସନା ଦେଇଛି । ଆଜି ମୁଁ ଦେଶର ମହିଳା – ଆମର ଭଉଣୀ ଏବଂ ଝିଅମାନଙ୍କୁ ପ୍ରଣାମ କରୁଛି । ନିର୍ବାଚନ ଫଳାଫଳରେ ମା, ଭଉଣୀ ଏବଂ ଝିଅମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ଆମର ସୌଭାଗ୍ୟ ଯେ ବିଜେପିକୁ ମା-ଭଉଣୀ-ଝିଅମାନଙ୍କଠାରୁ ବହୁତ ସ୍ନେହ ମିଳିଛି, ଆଶୀର୍ବାଦ ମିଳିଛି । ମୁଁ କହିଥିଲି ଯେ ବର୍ତ୍ତମାନ ଯେଉଁଠାରେ ବିଜେପିକୁ ସେବା କରିବାର ସୁଯୋଗ ମିଳିବ, ଆମେ ଏହାର ଯୋଗ୍ୟ ଲୋକଙ୍କୁ ପ୍ରତ୍ୟେକ ଯୋଜନାର ୧୦୦% ଲାଭ ଦେବୁ । ଯେଉଁଠି ସଚ୍ଚୋଟତା ଥାଏ, ନିୟମ ସ୍ପଷ୍ଟ ହୁଏ, ଗରିବଙ୍କ ପ୍ରତି କରୁଣା ରହେ, ଦେଶର କଲ୍ୟାଣ ହେଉଛି ଜୀବନର ମନ୍ତ୍ର, ତେବେ ଏପରି ନିଷ୍ପତ୍ତି ନେବାକୁ ଶକ୍ତି ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking