30.1 C
Bhubaneswar
Sunday, September 29, 2024
Homeଓଡିଶାପଶ୍ଚିମବଙ୍ଗରେ ପିଏମ ପୋଷଣ ଯୋଜନାର ଖାଦ୍ୟର ମାନ ଯାଞ୍ଚ୍ ପାଇଁ ଜଏଣ୍ଟ୍ ରିଭ୍ୟୁ ମିଶନ ଗଠିତ...

ପଶ୍ଚିମବଙ୍ଗରେ ପିଏମ ପୋଷଣ ଯୋଜନାର ଖାଦ୍ୟର ମାନ ଯାଞ୍ଚ୍ ପାଇଁ ଜଏଣ୍ଟ୍ ରିଭ୍ୟୁ ମିଶନ ଗଠିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଦୁଇଦିନିଆ ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ

• ପଶ୍ଚିମବଙ୍ଗରେ ପିଏମ ପୋଷଣ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

• ବେହାଲା ପଶ୍ଚିମ ଓ କୋଲକତା ଦକ୍ଷୀଣ ନିର୍ବାଚନମଣ୍ଡଳୀର ସାଂଗଠନିକ ବୈଠକରେ ଯୋଗଦେଲେ
• ପଶ୍ଚିମବଙ୍ଗର ସରକାର ଡ୍ରାମାବାଜୀର ସରକାର
• ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି
• କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

କୋଲକତା, – ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ(ପିଏମ ପୋଷଣ) ଯୋଜନାର କାର୍ଯ୍ୟକାରିତା ଓ ଖାଦ୍ୟର ଗୁଣାତ୍ମକ ମାନ ନେଇ ଅନେକ ଅଭିଯୋଗ ଆସିବା ପରେ ଏହା ଉପରେ ସମୀକ୍ଷା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ରିଭ୍ୟୁ ମିଶନ (ଜେଆରଏମ) ଗଠନ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦୁଇଦିନିଆ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପିଏମ ପୋଷଣ ଯୋଜନାରେ ଖାଦ୍ୟର ଗୁଣାତ୍ମକ ମାନ ନେଇ ବିଗତ ଦିନ ମାନଙ୍କରେ ଅନେକ ଅଭିଯୋଗ ଆସିଥିଲା । ଗତ ୫ ତାରିଖରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାରତ ସରକାରଙ୍କୁ ଏକ ପତ୍ର ଲେଖି ଏହି ଯୋଜନାରେ ଥିବା ବିଭିନ୍ନ ସମସ୍ୟା ସାମ୍ନାକୁ ଆଣିଛନ୍ତି । ସ୍ୱଚ୍ଛ ଉପାୟରେ ପିଏମ ପୋଷଣ ଯୋଜନାର କାର୍ଯ୍ୟକାରିତା ନେଇ ଜଏଣ୍ଟ ରିଭ୍ୟୁ ମିଶନର ଗଠନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ପୂର୍ବରୁ ଏଥିପାଇଁ ପଶ୍ଚିମବଙ୍ଗ ସରକାର ଅନିଚ୍ଛା ପ୍ରକାଶ କରିଥିଲେ । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଗଣମାଧ୍ୟମରେ ପିଏମ ପୋଷଣରେ ଦିଆଯାଉଥିବା ଖାଦ୍ୟର ନିରାପତ୍ତା ନେଇ ଅନେକ ଅଭିଯୋଗ ଓ ତଥ୍ୟ ଆସିବା ପରେ ଜେଆରଏମ ଗଠନ କରାଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଅଧିକାରୀ, ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ପୁଷ୍ଟି ବିଜ୍ଞାନୀ ଯୋଜନା ସମ୍ବନ୍ଧିତ ସତ୍ୟାସତ୍ୟ ଅନ୍ୱେଷଣ ସହ ଅଭିଯୋଗର ସମୀକ୍ଷା କରିବେ । ଭାରତ ସରକାରଙ୍କୁ ଏ ନେଇ ବିସ୍ତୁତ ରିପୋର୍ଟ ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ବେହାଲା ପଶ୍ଚିମ ଓ କୋଲକତା ଦକ୍ଷୀଣ ନିର୍ବାଚନମଣ୍ଡଳୀର ସାଂଗଠନିକ ବୈଠକରେ ଯୋଗଦେଇଥିଲେ । ଲୋକସଭା ପ୍ରବାସ କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ସାମାଜିକ ଗଣମାଧ୍ୟମର ସ୍ୱେଚ୍ଛାସେବୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମବଙ୍ଗର ସରକାର ଡ୍ରାମାବାଜୀର ସରକାର । ସାଧାରଣ ନାଗରିକଙ୍କ ସୁଖ ସାଚ୍ଛନ୍ଦ୍ୟ ତାଙ୍କ ପାଇଁ କିଛି ମୂଲ୍ୟ ରଖେ ନାହିଁ । ପଶ୍ଚିମବଙ୍ଗର ଲୋକମାନେ ବିକାଶ, ଜନକଲ୍ୟାଣ ଏବଂ ସୁଶାସନ ଚାହୁଁଛନ୍ତି କିନ୍ତୁ ପଶ୍ଚିମବଙ୍ଗ ସରକାର କିନ୍ତୁ ଦୁର୍ନୀତି ଦେବା ସହ ଜନକଲ୍ୟାଣରୁ ବଞ୍ଚିତ ରଖିଛି । ରାଜ୍ୟ ସରକାରଙ୍କ ମିଥ୍ୟା ଏଜେଣ୍ଡାକୁ ଲୋକଲୋଚନକୁ ଆଣିବା ପାଇଁ ବିଜେପି ପ୍ରସ୍ତୁତ ଅଛି ।

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଏହି ବିରୋଧରେ ବିଜେପି ରାଜନୈତିକ ଜାଗରଣ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରୁଛି । ଅନେକ କେନ୍ଦ୍ରୀୟ ଯୋଜନାକୁ ବାଟମାରଣା କରାଯାଉଛି । ସ୍ଥାନୀୟବାସୀ ଏଥିପାଇଁ ଅତିଷ୍ଠ ଥିବା ବେଳେ ସେମାନେ ବିଜେପି ଉପରେ ଭରସା କରୁଛନ୍ତି । ପଶ୍ଚିମବଙ୍ଗର ଗରିବ, ମହିଳା, ଯୁବ, ପଛୁଆ ବର୍ଗଙ୍କ ଆଶା ଓ ଆକାଂକ୍ଷା ବିଜେପି ହୋଇଛି । ଏଥିପାଇଁ ଦଳ ପକ୍ଷରୁ ସଂଗଠନକୁ ସଦୃଢ଼ କରାଯାଉଛି ବୋଲି ସେ କହିଛନ୍ତି ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟକର୍ତ୍ତା ଶଙ୍କର କାଠଲାଲଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking