ନୂଆଦିଲ୍ଲୀ: ନ୍ୟାସନାଲ ଡକ୍ଟର୍ସ ଡେ ଅବସରରେ ଦେଶର ମେଡିକାଲ କମ୍ୟୁନିଟିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡାକ୍ତରମାନେ ଗତ ଦେଢ ବର୍ଷ ରେ ଦିନରାତି ପରିଶ୍ରମ କରି ମିସାଲ ପରି କାମ କରିଛନ୍ତି । ଡାକ୍ତରମାନେ ଦେବଦୂତ ବନି କରୋନା କାଳରେ ଲୋକଙ୍କ ଜୀବନ ବଂଚାଇଛନ୍ତି । ଏହି ମହାମାରୀ ସମୟରେ ଡାକ୍ତରମାନେ ଲକ୍ଷ ଲକ୍ଷ ଜୀବନ ବଂଚାଇଛନ୍ତି । ଭଗବାନଙ୍କ ଦ୍ୱିତୀୟ ରୂପ ଡାକ୍ତର ବୋଲି ମୋଦି କହିଛନ୍ତି ।
ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ପୂର୍ବ ତୁଳନାରେ ଭଲ କରାଯାଉଛି । ଆଜି ଦେଶର ମେଡିକାଲ ଇନଫ୍ରାଷ୍ଟ୍ରକଚର ନିର୍ମାଣ କରାଯାଉଛି । କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ମୋଦି ଶ୍ରଦ୍ଧାଂଜଳୀ ଦେଇ କହିଥିଲେ ଡାକ୍ତର ସବୁ ଚ୍ୟାଲେଂଜରୁ ସାମ୍ନା କରୁଛନ୍ତି । ଚଳିତ ବର୍ଷ ହେଲଥ ସେକ୍ଟର ପାଇଁ ବଜେଟର ଆଲୋକେସନ ଦୁଇଗୁଣରୁ ବି ଅଧିକ ଅର୍ଥାତ ଦୁଇ ଲକ୍ଷ କୋଟିରୁ ବି ଅଧିକ କରାଯାଇଛି । ଏମିତି କ୍ଷେତ୍ରରେ ଆମେ ହେଲଥ ଇନ୍ୟୁସୁରାନ୍ସ କୁ ମଜଭୂତ କରିବା ପାଇଁ ୫୦ ହଜାର କୋଟି ଟଙ୍କରା ଏକ କ୍ରେଡିଟ ଗାରେଣ୍ଟି ସ୍କିମ ନେଇ ଆସିଛୁ ।
ଦେଶରେ ଏମସ ସଂଖ୍ୟା ବଢା ଯାଉଛି । ୨୦୧୪ ପର୍ଯ୍ୟନ୍ତ ଦେଶରେ ଯେଉଁଟି ୬ଟି ଏମସ ଥିଲା ଏହି ୭ ବର୍ଷରେ ୧୫ ନୂଆ ଏମସ କାମ ଆରମ୍ଭ ହୋଇଛି । ମେଡିକାଲ କଲେଜ ସଂଖ୍ୟା ବି ଦେଢ ଗୁଣ ବଢିଛି ।