ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ତାରିଖରେ ଉତ୍ତରାଖଣ୍ଡର କେଦାରନାଥ ଗସ୍ତ କରିବେ। ମୋଦୀ ସକାଳୁ ଦେହରାଦୁନରୁ କେଦାରନାଥ ଧାମ ପାଇଁ ବାହାରିବେ। ମୋଦୀ ୭ଟା ୩୦ରେ କେଦାରନାଥ ମନ୍ଦିରରେ ପୂଜା କରିବେ। ପରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ। ପୂଜାର୍ଚ୍ଚନା ପରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। କିନ୍ତୁ ଶେଷ ସମୟରେ ପାଣିପାଗକୁ ଧ୍ୟାନରେ ରଖି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ମୋଦୀଙ୍କ କେଦାରନାଥ ଯାତ୍ରାକୁ ଐତିହାସିକ କରିବା ପାଇଁ ବିଜେପି ଏକ ରାଷ୍ଟ୍ରବ୍ୟାପୀ ଯୋଜନା ପ୍ରସ୍ତୁତ କରିଛି। ଏହି କ୍ରମରେ ୪ ଧାମ, ୧୨ ଜ୍ୟୋର୍ତିଲିଙ୍ଗ ଓ ପ୍ରମୁଖ ମନ୍ଦିରକୁ ମିଶାଇ ୮୭ ମନ୍ଦିରକୁ ସାଧୁ, ଭକ୍ତ ଓ ସାଧାରଣ ଜନତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏହି ୮୭ ମନ୍ଦିରକୁ ବିଜେପିର ବଡ଼ ବଡ଼ ନେତା ଦର୍ଶନ କରିବେ।