ପୁରୀ : ମନ କି ବାତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ନିଜର ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଏହି ବାର୍ତ୍ତା ଦେଶର ବିଭିନ୍ନ ସ୍ଥାନରୁ ଜନ ସାଧାରଣ ଶୁଣିଛନ୍ତି। ପୁରୀ – କୋଣାର୍କ ସମୁଦ୍ର ଉପକୂଳକୁ ସ୍ୱଚ୍ଛ କରିବା ସହ ସ୍ଵଛ ଭାରତରେ ସାମିଲ ହୋଇଥିବା ଓଡ଼ିଆ ପୁଅ ରାହୁଲ ମହାରଣାଙ୍କ ବିଷୟରେ କହିଛନ୍ତି ନରେନ୍ଦ୍ର ମୋଦି ।
ଏହା ଆଗାମୀ ଦିନରେ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ଜଳ ସରଂକ୍ଷଣକୁ କିଭଳି ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ ପ୍ରେରଣା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ କ୍ଷେତ୍ରରେ ଷ୍ଟାର୍ଟ ଅଫ ଆରମ୍ଭ କରିବାକୁ ଯୁବକମାନେ ଆଗ୍ରହୀ ଥିବା କହିଛନ୍ତି ମୋଦି । ୧୨୬ ବର୍ଷ ବୟସରେ ଫିଟ ଥିବା ବାବା ଶିବାନନ୍ଦ କଥା କହି ଫିଟ ଇଣ୍ଡିଆର ବାର୍ତ୍ତା ବି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।