27.6 C
Bhubaneswar
Monday, January 6, 2025
Homeକରୋନାମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ବୈଠକ ଜାରି, କହିଲେ ଏମିତି

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ବୈଠକ ଜାରି, କହିଲେ ଏମିତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶର ସମସ୍ତ ରାଜ୍ୟ ର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନଲାଇନ ବୈଠକ କରିଛନ୍ତି । ଏଥିପାଇଁ ଭିଡିଓ କନଫରେନ୍ସିଂ ଜାରି ରହିଛି । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସାମିଲ ହୋଇନାହାନ୍ତି । ସେହିଭଳି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବି ସାମିଲ ହୋଇନାହାନ୍ତି ।
ଦେଶରେ କରୋନା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଉପସ୍ଥାପନ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଦେଶର ୭୦ ଜିଲ୍ଲାରେ କରୋନା ୧୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ତେବେ ପଶ୍ଚିମଭାରତ ର ଅଧିକାଂଶ ଜିଲ୍ଲା ଏଥିରେ ସାମିଲ ରହିଛି ।
ମହାରାଷ୍ଟ୍ର ପରିସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ । ସେଠାରେ ପୂର୍ବତୁଳନାରେ ଏବେ ଗୋଟିଏ ଦିନରେ ଦୁଇଗୁଣା ମାମଲା ସାମ୍ନାକୁ ଆସୁଛି । ଏବେ ୬୦ ପ୍ରତିଶତ ଆକ୍ଟିଭ ମାମଲା ଓ ମୃତ୍ୟୁରେ ୪୫ ପ୍ରତିଶତ ମାମଲା ମହାରାଷ୍ଟ୍ରରେ ରହିଛି ।
ସୂଚନା ରହିଛି ଯେ, ପଂଜାବ, ଗୁଜୁରାଟ ଓ ଛତିଶଗଡରେ ବି ଏହି ସମାନ ଅବସ୍ଥା । ସେହି ରାଜ୍ୟରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ପଂଜାବରେ ଟେଷ୍ଟିଂ ବଢାଇବାକୁ ପଡିବ । ଆରଟିପିସିଆର ଟେଷ୍ଟ ବଢାଯିବା ଦରକାର ।
କହିରଖୁଛୁ ଯେ, ଗତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା କରୋନା ପାଇଁ ପ୍ରଧାନମନ୍ତ୍ରୀ ଲଗାତର ଭାବେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking