28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ଓ ସ୍ମୃତି ଇରାନୀଙ୍କ ବଙ୍ଗଳା ଗସ୍ତ ବାତିଲ

ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ଓ ସ୍ମୃତି ଇରାନୀଙ୍କ ବଙ୍ଗଳା ଗସ୍ତ ବାତିଲ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ନନ୍ଦୀଗ୍ରାମ ଗସ୍ତ ବାତିଲ ହୋଇଛି । ୧୯-୨୦ ମାର୍ଚ୍ଚରେ ସେ ନିର୍ବାଚନ କ୍ଷେତ୍ର ରେ ପ୍ରଚାର ପାଇଁ ଯିବାର ଥିଲା । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ୫ମ ଓ ୬ଷ୍ଠ ପର୍ଯ୍ୟାୟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ଦଳ ମୁକୁଳ ରଏଙ୍କୁ ବି ମଇଦାନ ଉପରକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଆଜି ସନ୍ଧ୍ୟାରେ ଟିଏମସି ମଧ୍ୟ ନିଜ ନିର୍ବାଚନୀ ଘୋଷଣା ପତ୍ର ଜାରି କରିପାରେ । କୁହାଯାଉଛି ଯେ, ଘୋଷଣାପତ୍ରରେ ଜାତି ବିଶେଷ ପାଇଁ ସ୍ୱତନ୍ତ୍ର ଘୋଷଣା ହୋଇପାରେ । ତୃଣମୂଳ କଂଗ୍ରେସର ଟଲିଉଡ ଷ୍ଟାର ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇ ସାରିଛନ୍ତି । ବଙ୍ଗଳା ଫିଲ୍ମ ତାରକା ଦେବ ଆଜି ଚନ୍ଦ୍ରକୋନାରେ ଜନସଭା କରିବାକୁ ଥିବା ବେଳେ ଶତାବ୍ଦୀ ରଏ ସୋନାମୁଖୀରେ ଟିଏମସି ଆଶାୟୀଙ୍କ ନିମନ୍ତେ ସଭା କରିବେ । ଦୁଇଜଣ ସାଂସଦ ଅଛନ୍ତି ।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବଙ୍ଗଳା ଗସ୍ତ ମଧ୍ୟ ବାତିଲ ହୋଇଛି । ବୁଧବାର ସେ ଜଙ୍ଗଲମହଲର ସାଲତୋଡା, ଚଣ୍ଡୀପୁର ଓ ପିଙ୍ଗଳାରେ ଜନସଭାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking