33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶ୪ ମେଡିକାଲ କଲେଜର ଶିଲାନ୍ୟାସ କଲେ ମୋଦି

୪ ମେଡିକାଲ କଲେଜର ଶିଲାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ କରିଛନ୍ତି । ଏହାସହିତ ସେ ରାଜସ୍ଥାନରେ ୪ ମେଡିକାଲ କଲେଜର ଶିଳାନ୍ୟାସ କରିଛନ୍ତି । ଏହା ମଧ୍ୟରେ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ କରି କହିଛନ୍ତି, ଭାରତ କୋଭିଡ ସମୟରେ ଆତ୍ମନିର୍ଭର ହେବା ପାଇଁ ସଂକଳ୍ପ ନେଇଛି । ରାଜସ୍ଥାନରେ ୪ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟକ୍ରମ ଓ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ ଏହି ଦିଗରେ ଏକ ମୁଖ୍ୟ ପଦକ୍ଷେପ ।  ମୋଦି କହିଥିଲେ, ୨୦୧୪ ପରେ ରାଜସ୍ଥାନରେ ୨୩ ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ । ଏହା ମଧ୍ୟରୁ ୭ ମେଡିକାଲ କଲେଜ ଆରମ୍ଭ ହୋଇସାରିଛି । ଆଜି ବାଂସବାଡା, ସିରୋହୀ, ହନୁମାନଗଡ ଓ ଦୌସାରେ ନୂଆ ମେଡିକାଲ କଲେଜର ନିର୍ମାଣ ଆରମ୍ଭ ହୋଇସାରିଛି । ନୂଆ ମେଡିକାଲ କଲେଜର ନିର୍ମାଣ ରାଜ୍ୟ ସରକାରଙ୍କ ସହଯୋଗରେ ଠିକ ସମୟରେ ସଂପୂର୍ଣ୍ଣ ଥିବା ଆଶା ରଖିଥିବା ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking