28.1 C
Bhubaneswar
Saturday, April 27, 2024
Homeଓଡିଶାଏ ବର୍ଷ ଶୀଘ୍ର ଯୁକ୍ତ ଦୁଇ ନାମ ଲେଖା

ଏ ବର୍ଷ ଶୀଘ୍ର ଯୁକ୍ତ ଦୁଇ ନାମ ଲେଖା

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ଶିକ୍ଷା ପାଇଁ ନାମଲେଖା ତାରିଖ ଖୁବଶୀଘ୍ର ଘୋଷଣା ହେବ । ଆସନ୍ତା ଅଗଷ୍ଟ 14 ରୁ 16 ମଧ୍ୟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ତାରିଖ ଘୋଷଣା କରାଯିବ । ଗତ ବର୍ଷ ଅଗଷ୍ଟ 21ରେ ପ୍ରକ୍ରିୟା ଆରମ୍ଭ ହୋଇ ଥିବାବେଳେ ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ । ତେବେ ଏଥର 55 ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି ।

ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାବୋରୋଟାରୀ ସମସ୍ୟା ହୋଇପାରେ । ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି । ଗତକାଲି(ଶୁକ୍ରବାର) ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା । ବୈଠକରେ ଅଗଷ୍ଟ ୧୪, ୧୫ କିମ୍ବା ୧୬ ମଧ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ତାରିଖ ଘୋଷଣା ପାଇଁ ନିଷ୍ପତ୍ତି ନିଯାଇବ ବୋଲି ଆଲୋଚନା ହୋଇଛି ।

ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବୋରୋଟାରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking