31.1 C
Bhubaneswar
Tuesday, October 22, 2024
Homeଦ୍ୱାଦଶ ପରୀକ୍ଷା -୨୦୨୨ଆଜିଠୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଆଜିଠୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲ ପରୀକ୍ଷା । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେ‌କ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେସନ୍ ଆଦି ବିଷୟ ସହ କଳା ବିଭାଗର ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ଆଇଟି, ମନସ୍ତତ୍ତ୍ବ ବିଜ୍ଞାନ, ନୃତତ୍ତ୍ବ ବିଜ୍ଞାନ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ରାଜ୍ୟର ୧୧୦୦ରୁ ଅଧିକ କଲେଜରେ ଏହି ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ସବୁ କେନ୍ଦ୍ରରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସ କଲେଜ ସମେତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ସିଏଚ୍‌ଏସ୍‌ଇ (ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ସୂଚନା‌ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking