OnaKhabar

ଜମି ଜାଲିଆତିର ପ୍ରତିବାଦ ମୁଖ୍ୟମନ୍ତ୍ରୀଙ୍କୁ ଡେରା ସଂପ୍ରଦାୟ ତରଫରୁ ସ୍ମାରକ ପତ୍ର ପ୍ରଦାନ

ବ୍ରହ୍ମପୁର : ବ୍ରହ୍ମପୁର ସହରର କୁମ୍ଭାର ସାହି ସ୍ଥିତ ଡେରା ସଂପ୍ରଦାୟର ଆରଧ୍ୟ ଦେବ ଶ୍ରୀ ମଲ୍ଲିକେଶ୍ବର ସ୍ବାମୀ ଙ୍କ ୧୧ ଏକର ଜମି କୁ କରୋନା ସମୟରେ ଅତି କମ ମୂଲ୍ୟ ରେ ବିକ୍ରି କରିଥିବା ହେତୁ ଜମି ଜାଲିଆତିର ପ୍ରତିବାଦରେ, ଆଜି ଦକ୍ଷିଣାନ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥାନୀୟ ଡେରା ସଂପ୍ରଦାୟ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅନ୍ୟପଟେ  ଆୟୋଜିତ “ସାମ୍ୱାଦିକ ସମ୍ମିଳନୀରେ” ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏବଂ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି ଉପସ୍ଥିତରେ ଗାନ୍ଧିନଗର ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଭାଶୀଷ ସାହୁ, କିରଣ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111