28.9 C
Bhubaneswar
Friday, May 16, 2025
Homeଓଡିଶାଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ପାଇଁ ସ୍ଥାନ ନିରୁପଣ

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ପାଇଁ ସ୍ଥାନ ନିରୁପଣ

ପୁରୀ: ଆସନ୍ତା ଜାନୁଆରୀ ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଉପଲକ୍ଷେ ଯଜ୍ଞ ପାଇଁ ସ୍ଥାନ ନିରୁପଣ କଲେ ଟିମ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଟାଟା, ଓବିସିସି, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ପୁରୋହିତ ଟିମ୍ ରେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ଉତ୍ତରଦୁଆର ନିକଟରେ ଯଜ୍ଞ ଓ ଲୋକାର୍ପଣ ଉତ୍ସବ କରାଯିବ । ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ୧୫ ତାରିଖ ସକାଳ ୭.୩୦ରେ ଆରମ୍ଭ ହେବ ଯଜ୍ଞ କାର୍ଯ୍ୟ ।

କର୍ତ୍ତା ଭାବେ ଯୋଗଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚାରିଦୁଆରରେ ଚାରିବେଦର ପାଠ କରାଯିବ । ସାଧୁସନ୍ଥ ଓ ମଠାଧୀଶଙ୍କ ଦ୍ୱାରା ୨୪ ଘଌକ୍ଷଗ୍ଧ;ିଆ ଅଖଣ୍ଡ ନାମ ସଂକୀର୍ତ୍ତନ କରାଯିବ । ତେବେ ଶ୍ରୀମନ୍ଦିର ଐଶାଣ୍‌ଯ କୋଣରେ ହେବ ଯଞ୍ୟ । ସମ୍ପର୍ଣ୍ନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁୟାରୀ ୧୭ରେ ସମାହିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ ସରିଛି । ମାପଚୁପ ସହ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ହେବ । ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବ । ପ୍ରକଳ୍ପ ପାଇଁ ଜମିଦାନ କରିଥିବା ଜମିଦାତା, ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।ଏଥି ସହ ସାଧୁ ସନ୍ଥ ଓ ମଠାଧୀଶଙ୍କ ଦ୍ୱାରା ଅଖଣ୍ଡ ନାମ ଓ ସଙ୍କୀର୍ତ୍ତନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking