29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଟ୍ୱିଟର ସହ ଟକ୍କର ଦେବ ଗେଟର

ଟ୍ୱିଟର ସହ ଟକ୍କର ଦେବ ଗେଟର

ନୂଆଦିଲ୍ଲୀ: ଗୋଟିଏ ସମୟ ଥିଲା, ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରର ଜଣେ ଭଲ ପ୍ରଂଶସକ ଥିଲେ । ତାଙ୍କର ଫ୍ୟାନ ଫଲୋଇଂ ବି ନ୍ଖକ୍ସ ଭିତରେ ଏକ ରେକର୍ଡ ଥିଲା । ତେବେ ଏହା ସେତେବେଳ ଯାଏଁ ଥିଲା ଯେତେବେଳ ଯାଏଁ ତାଙ୍କୁ ଏହି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧିତ କରାଯାଇନଥିଲା । ଟ୍ରମ୍ପ ଅନେକ ସମୟ ଧରି ଫେସବୁକ ଓ ଟ୍ୱିଟରରେ ବ୍ୟାନ ଅଛନ୍ତି । ଏହି କାରଣ ପାଇଁ ଟ୍ରମ୍ପଙ୍କ ପ୍ରଂଶସକ ତାଙ୍କ ପାଇଁ ନୂଆ ରାସ୍ତା ବାହାର କରିଛନ୍ତି ।
ସୋସିଆଲ ମିଡିଆ ପ୍ରତି ଟ୍ରମ୍ପଙ୍କ ଭଲପାଇବା ଦେଖି  ତାଙ୍କ ଟିମ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଂଚ କରିଛନ୍ତି । ଟ୍ୱିଟର ଭଳି ‘ଗେଟର’ ଲଂଚ କରାଯାଇଛି । ତେବେ ବର୍ତମାନ ଯାଏଁ ପୂର୍ବତନ ରାଷ୍ଟ୍ରପତି ଏଥିରେ ଆକାଉଣ୍ଟ  ଖୋଲିନାହାନ୍ତି । ‘ଗେଟର’ ଗୁଗୁଲ ପ୍ଲେ  ଷ୍ଟୋର ଓ ଆପଲ ଆପ ଷ୍ଟୋରରେ ବିନା ମୂଲ୍ୟରେ ଡାଉନଲୋଡ ପାଇଁ ଉପଲବ୍ଧ ରହିଛି । ଏକ ବ୍ରାଉଜର ଜରିଆରେ ବି ଏହାକୁ ଆକ୍ସେସ କରାଯାଇପାରିବ । ଏହା ଅନେକମାତ୍ରାରେ ଟ୍ୱିଟର ଭଳି ଦେଖାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking