34.8 C
Bhubaneswar
Thursday, April 24, 2025
Homeଓଡିଶାପୁତୁରା ସପକ୍ଷରେ ମହାରଥୀଙ୍କ ଭାଇ

ପୁତୁରା ସପକ୍ଷରେ ମହାରଥୀଙ୍କ ଭାଇ

ଭୁବନେଶ୍ୱର: ପିପିଲି ନିର୍ବାଚନ ତାରିଖ ଘୋଷଣା ହେବା ପରେ ପିପିଲି ପାଣିପାଗ ରୋଚକ ହେଉଛି । ଏହାରି ମଧ୍ୟରେ ବିଜେଡି ପ୍ରାର୍ଥୀ ସସପେନ୍ସରେ ପଞ୍ଚ ମାରିଲେ ମହାରଥୀଙ୍କ ସାନ ଭାଇ ପ୍ରଣୟ ମହାରଥୀ । ଆଜି ସେ ପିପିଲି ଉପନିର୍ବାଚନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି । ପୁତୁରା ରୁଦ୍ର ପ୍ରତାପଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଦାଦା ପ୍ରଣୟ ମହାରଥୀ । ଆଗକୁ ପଂଚାୟତ, ପୌର ନିର୍ବାଚନ । ଜଣେ ଯୁବକଙ୍କୁ ପ୍ରାର୍ଥୀ କଲେ ଭଲ ବୋଲି ସେ କହିଛନ୍ତି । ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲେ ବହୁତ ଭଲ ବୋଲି ସେ କହିଛନ୍ତି । ରୁଦ୍ରକୁ ପ୍ରାର୍ଥୀ କଲେ ଆମେମାନେ, ପୁରା ପରିବାର ଚା ପଛରେ ଅଛୁ । ଭାଉଜ ପ୍ରତିଭା ମହାରଥୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ନେଇ ସେ କହିଛନ୍ତି, ଉପନିର୍ବାଚନ ହେଲେ ପ୍ରତିଭା ଜିତିବେ ତ ଯେମିତି ହେଲେ । କିନ୍ତୁ ଭବିଷ୍ୟତ କଥା ଆମେ କହିପାରିବୁ ନାହିଁ ବୋଲି ସେ କହିଛନ୍ତି । ଭବିଷ୍ୟତ ପାଇଁ ଏଠି ବିଜେଡିର ସ୍ଥିତି ରହିବ ନାହିଁ ବୋଲି କହିଛନ୍ତି ପ୍ରଣୟ ମହାରଥୀ । ପିପିଲିକୁ ଏବେ ଦରକାର ସଂଗଠନ । ଯାହା ମୁଖ୍ୟମନ୍ତ୍ରୀ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking