27.1 C
Bhubaneswar
Thursday, May 29, 2025
Homeଓଡିଶା୫ଟା ସୁଦ୍ଧା ୬୮.୪୦% ମତଦାନ

୫ଟା ସୁଦ୍ଧା ୬୮.୪୦% ମତଦାନ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ଥିବା ବେଳେ ୫ଟା ସୁଦ୍ଧା ୬୮.୪୦% ମତଦାନ ହୋଇଥିବା ସୂଚନା ରହିଛି । ୬ଟା ପରେ ମତଦାନ ହାର ନେଇ ଚୂଡାନ୍ତ ସୂଚନା ମିଳିବ । ଏନେଇ  ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀଙ୍କ ସୁଚନା ପ୍ରଦାନ କରିଛନ୍ତି ।

ଦିନ ୩ଟା ସୁଦ୍ଧା ୫୯.୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ  ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଥିଲା । ଆଜି କୋଭିଡ୍ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି। ମତଦାନ ଜୋରଦାର୍ ଭାବରେ ଆଗେଇ ଚାଲିଛି । ତେବେ ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ ହୋଇଥିଲା । ସେହିପରି ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିଲା ।  କୋଭିଡ୍ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ଜାରି ରହିଛି । ତେଣୁ ଏନେଇ ମତଦାନ କେନ୍ଦ୍ର ଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପୁଲିଂ ବୁଥ୍ ରେ କଥା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଯେପରି କୌଣସି ଅପ୍ରୀତିିକର ପରିସ୍ଥିତି ସୃଷ୍ଟି ନ ହେବ ତା ଉପରେ ବି ନଜର ରଖିଛି ପୋଲିସ୍ । ଇଭିଏମ୍ ର ଯାନ୍ତ୍ରିକ ତ୍ରୁଟି ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି। ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ଟି ବୁଥରେ ହ୍ବିଲ୍ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି। ବୁଥକୁ ନେବା ଆଣିବା ପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ୨୮ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନ ପରିଚାଳନା ପାଇଁ ୩୪୮ ବୁଥ୍ ପାଇଁ ୩୪୮ଟି ପୋଲିଂ ପାର୍ଟି ଗଠନ କରାଯାଇଥିବାବେଳେ ପ୍ରତି ଟିମରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ ଜଣ ରହିଛନ୍ତି। ୭୦ଟି ପୋଲିଂ ପାର୍ଟି ରିଜର୍ଭ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking