30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରହସ୍ୟମୟ ମନ୍ଦିର ; ଭୋକିଲା ରହିଲେ ଦୁର୍ବଳ ହୋଇଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି

ରହସ୍ୟମୟ ମନ୍ଦିର ; ଭୋକିଲା ରହିଲେ ଦୁର୍ବଳ ହୋଇଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି

ନୂଆଦିଲ୍ଲୀ : ଦୁନିଆ ରେ ଭାରତ ଏକ ଆସ୍ଥାର କେନ୍ଦ୍ର ଅଟେ । ଯେଉଁଠାରେ ଅନେକ ଚମତ୍କାରୀ ଏବଂ ରହସ୍ୟମୟୀ ମନ୍ଦିର ରହଛି । ଏହା ଭିତରେ ଏମିତି ଏକ ମନ୍ଦିର ରହିଛି ଯାହାର ରହସ୍ୟ କୁ ଆଜି ପର୍ପ୍ୟନ୍ତ ମଧ୍ୟ ବୈଜ୍ଞାନିକ ମାନେ ବୁଝିପାରି ନାହାଁନ୍ତି । ଏହିପରି ଏକ ମନ୍ଦିର ଭଗବାନ ଶ୍ରୀକୃଷ୍ଣ ଙ୍କ ମନ୍ଦିର ଅଛି ଯାହା ଦକ୍ଷିଣ ଭାରତ  କେରଳ ରାଜ୍ୟ ର ଥିଋବରପ୍ପୁ ରେ ଅବସ୍ଥିତ । ମାନ୍ୟତା ରହିଛି ଯେ ଏହି ପ୍ରସିଦ୍ଧ ମନ୍ଦିର ଟି ୧୫୦୦ବର୍ଷ ତଳ ର ପୁରୁଣା ଅଟେ । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ର ରହସ୍ୟ ବିଷୟରେ ….
ଏହି ଭଗବାନ ଶ୍ରୀକୃଷ୍ଣ ଙ୍କ ମନ୍ଦିର ସହ ଅନେକ କୀମ୍ବଦନ୍ତି ଯୋଡି ହୋଇ ରହିଛି । କୁହାଯାଏ ଯେ ,ବନବାସ ସମୟ ରେ ପାଣ୍ଡଵ ଭଗବାନ ଶ୍ରୀକୃଷ୍ଣ ଙ୍କ ମୂତ୍ତୀକୁ ପୂଜା କରୁଥିଲେ ଏବଂ ଭୋଗ ଲଗାଉ ଥିଲେ  । ପାଣ୍ଡଵମାନଙ୍କ ବନବାସ ସମାପ୍ତ ହେବା ପରେ  ସେମାନେ ଏହି ମୂର୍ତି କୁ ଥିଋବରପ୍ପୁ ରେ ଛାଡି ଚାଲି ଯାଇ ଥିଲେ ,କାରଣ ମତ୍ସ୍ୟଜୀବୀମାନେ ସେଠାରେ  ମୂତ୍ତି କୁ ଛାଡି ଯିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ତ୍ସ୍ୟଜୀବୀମାନେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଗ୍ରାମ ଦେବତା ରୂପରେ ପୂଜା କରିବା ଆରମ୍ଭ କରିଥିଲେ । ହେଲେ ଦିନେ ସେମାନେ ବହୁତ ବଡ ଅସୁବିଧାରେ ପଡିଗଲେ , ତେଣୁ ଏହାକୁ ଦେଖି ଜଣେ ଜ୍ୟୋତିଷ କହିଲେ ଯେ ତୁମେ ମାନେ ଠିକ ଭାବରେ ପୂଜା କରି ପାରୁନାହଁ । ଆଉ ପରବର୍ତୀ ସମୟରେ ସେମାନେ  ଭଗବାନ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତୀ କୁ ସମୁଦ୍ର ଜଳରେ ବିସର୍ଜନ କରିଦେଲେ ।
କେରଳ ଜଣେ ଋଷି ବିଲ୍ୱମଙ୍ଗଲମ୍ ସ୍ୱାମୀୟାର ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଥିଲେ ।  କିନ୍ତୁ ଡଙ୍ଗା ଟି ଏକ ସ୍ଥାନ ରେ ହଠାତ ଅଟକି ଯାଇଥିଲା । ଲକ୍ଷେ ଚେଷ୍ଟା କରିବା ରେ ମଧ୍ୟ ଡଙ୍ଗା ଟି ଆଗକୁ ଯାଇାରିଲା ନାହିଁ , ତେଣୁ ତାଙ୍କ ମନରେ ପ୍ରଶ୍ନ ଆସିଥିଲା କାହିଁକି ତାଙ୍କର ଡଙ୍ଗା ଟି ଆଗକୁ ଯାଇ ପାରୁନାହିଁ । ଏହାପରେ ସେ ନିଜେ ପାଣି ଭିତର କୁ ଗଲେ ଏବଂ ସେଠାରେ ଦେଖିଲେ ଯେ ଏକ ବଡ ମୂର୍ତ୍ତୀ ପାଣିରେ ବୁଡି ରହିଛି । ଋଷି ବିଲ୍ୱମଙ୍ଗଲମ୍ ସ୍ୱାମିୟାର ମୂର୍ତ୍ତୀ ଟିକୁ ପାଣିରୁ କାଢିଆଣି ଡଙ୍ଗା ରେ ରଖିଲେ । ଏହାରେ ସେ ଏକ ଗଛ ତଳେ ବିଶ୍ରାମ ନେବା ପାଇଁ ରହିଲେ ଏବଂ ମୂର୍ତ୍ତୀ କୁ ମଧ୍ୟ ସେହିଠାରେ ରଖିଲେ । ଯେତେବେଳେ ସେ ସେଠାରୁ ଯିବା ପାଇଁ ବାହାରିଲେ ଓ ମୂର୍ତ୍ତୀ କୁ ଉଠାଇବା କୁ ଚେଷ୍ଟା କଲେ ମୂର୍ତ୍ତୀ ଟି ସେଠାରୁ ଉଠିଲା ନାହିଁ । ଏହାପରେ ମୂର୍ତ୍ତୀ କୁ ସେହିଠାରେ ସ୍ଥାପନ କରିଦିଆଗଲା । ଏହି ମୂର୍ତ୍ତୀ ଏମିତି ଏକ ଭାବନା ରେ ରହିଛି ଯେତେବେଳେ ଶ୍ରୀକୃଷ୍ଣ କଂସ କୁ ମାରିଥିଲେ ସେତେବେଳେ ତାଙ୍କୁ ବହୁତ ଭୋକ ଲାଗୁଥିଲା ,ଏହାକୁ ବିଶ୍ୱାସ କରି ସେଠାରେ ସବୁବେଳେ ଭୋଗ ଲଗାଯାଏ ।

ବିଶ୍ୱାସ କରାଯାଏ ଯେ ଏଠାରେ ରହିଥିବା ବିଗ୍ରହ ଭୋକ ସହ୍ୟ କରିପାରନ୍ତି ନାହିଁ , ତେଣୁ ତାଙ୍କ ଭୋଗ ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭଗବାନ ଙ୍କୁ ଦିନ କୁ ୧୦ ଥର ଭୋଗ ଲଗାଯାଏ । ଯଦି ଭୋଗ ଲଗା ନ ଯାଏ ତେବେ ତାଙ୍କ ଶରୀର ଶୁଖି ଯାଏ । ଏହା ବି ମାନ୍ୟତା ଅଛି କି ଥାଳି ରେ ଅଳ୍ପ ଅଳ୍ପ କରି ଦିଆଯାଇଥିବା ଭୋଗ ଗାୟବ ହୋଇଯାଏ । ଏହି ପ୍ରସାଦ କୁ ଭଗବାନ ନିଜେ ଖାଇଥାନ୍ତି ।

ପ୍ରଥମେ ଏହି ମନ୍ଦିର କୁ ସାଧାରଣ ମନ୍ଦିର ପରି ଗ୍ରହଣ ସମୟ ରେ ବନ୍ଦ କରି ଦିଆଯାଉଥିଲା ,କିନ୍ତୁ ଗୋଟେ ଦିନ ଯାହା ହେଲା ତାକୁ ଦେଖିବା ପରେ ସମସ୍ତେ ଚକିତ ହୋଇ ରହିଗଲେ ।  ଗ୍ରହଣ ଶେଷ ହେଉ ହେଉ ମୂର୍ତ୍ତୀ ଶୁଖିଲା ଦେଖାଯାଏ , ପଟି ମଧ୍ୟ ଖସି ତଳକୁ ଆସିଯାଇଥାଏ । ଏହା ଜାଣିବା ପରେ ଜାଣି ଆଦି ଶଙ୍କରାଚାର୍ଯ୍ୟ ନିଜେ ଏହି ସ୍ଥିତି କୁ ଦେଖିବା ଓ ବୁଝିବା ପାଇଁ ସେଠାରେ ପହଁଚିଲେ । ସେଠାରେ ସତ ଜାଣି ସେ ବି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଏହାପରେ ସେ କହିଲେ ଯେ ଗ୍ରହଣ ସମୟରେ ମଧ୍ୟ ମନ୍ଦିର ଖୋଲା ରହିବା ଦରକାର ଏବଂ ଭଗବାନ ଙ୍କୁ ସଠିକ ସମୟରେ ଭୋଗ ଲଗାଇବା ଜରୁରୀ ।
ଆଦି ଶଙ୍କରାଚାର୍ଯ୍ୟଙ୍କ ମତ ଅନୁସାରେ ଏହି ମନ୍ଦିର ୨୪ ଘଣ୍ଟା ରେ କେବଳ ୨ ମିନିଟ୍ ପାଇଁ ବନ୍ଦ ରୁହେ । ମନ୍ଦିର କୁ ୧୧.୫୮ ମିନିଟ୍ ରେ ବନ୍ଦ କରାଯାଏ ଏବଂ ଏହାକୁ ୨ ମିନିଟ୍ ପରେ ଅର୍ଥାତ ଠିକ୍ ୧୨ ଟା ରେ ଖୋଲି ଦିଅଯାଏ । ଏହି ମନ୍ଦିର ର ପୁଜାରୀଙ୍କୁ ତାଲା ର ଚାବି ରଖିବା ସହ  କୁରାଢୀ ମଧ୍ୟ ଦିଆଯାଇଛି । ପୁକାରୀ କୁ କୁହାଯାଇଛି ଯେ ଯଦି ତାଲା ଖୋଲିବା ପେଇଁ ସମୟ ଲାଗେ ତେବେ ସେ କୁରାଢିରେ ସେହି ତାଲା କୁ ଭାଙ୍ଗିଦେବେ , କିନ୍ତୁ ଭଗବାନ ଙ୍କୁ ଭୋଗ ଲଗାଇବାରେ ଯେପରି ବିଳମ୍ବ ନହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking